ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ

Published By : Bijay Swain | June 12, 2025 6:33 PM

ଇଂଲଣ୍ଡ: ବୁଧବାର ଅହମଦାବାଦ ବିମାନବନ୍ଦର ନିକଟରେ ଅହମଦାବାଦ-ଲଣ୍ଡନ ଗ୍ୟାଟୱିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କେଇର ଷ୍ଟାରମର। ବିମାନରେ ମୋଟ୍ ୫୩ ଜଣ ବ୍ରିଟିଶ ନାଗରିକ ଯାତ୍ରା କରୁଥିବାରୁ ଇଂଲଣ୍ଡ ଏନେଇ ଚିନ୍ତା ପ୍ରକଟ କରିଛି।

ଷ୍ଟାରମର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଭାରତୀୟ ସହର ଅହମଦାବାଦରେ ଅନେକ ବ୍ରିଟିଶ ନାଗରିକଙ୍କୁ ନେଇ ଲଣ୍ଡନ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର।” ଏହାସହ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପରିବାର ପ୍ରତି ମଧ୍ୟ ସେ ସମବେଦନା ଜଣାଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଏହି ଦୁର୍ଘଟଣାର ସବିଶେଷ ତଥ୍ୟ ଉପରେ ନଜର ରଖିଛି। ତେବେ ଏହି ଦୁଃଖଦ ସମୟରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଓ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।” ଏହାସହ ଇଂଲଣ୍ଡର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ଡେଭିଡ ଲାମି ମଧ୍ୟ ଏହି ଦୁର୍ଘଟଣା ପାଇଁ ଚିନ୍ତା ପ୍ରକାଶ କରିଛନ୍ତି। 

ଏନେଇ ଡେଭିଡ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରି ଲେଖିଛନ୍ତି ଯେ “ଭାରତର ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁର୍ଘଟମାର ସମ୍ମୁଖିନ ହୋଇଥିବା ସମସ୍ତ ପ୍ରଭାବିତ ଲୋକମାନଙ୍କ ପାଇଁ ମୋର ସମବେଦନା ରହିଛି। ତେବେ ୟୁକେ ଭାରତର ସ୍ଥାନୀୟ ଅଧିକାରିଙ୍କ ସହ ମିଳିତ ଭାବେ ତଥ୍ୟ ଯୋଗାଡ କରିବା ସହ ସହାୟତା ଯୋଗାଇବା ଉପରେ କାମ କରୁଛି।”

ଆପଣଙ୍କୁ ଜଣାଇରଖୁ ଯେ, ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ଅପରାହ୍ନ ସମୟରେ ସର୍ଦ୍ଦାର ବହ୍ଲଭଭାଇ ପଟେଲ ବିମାନ ବନ୍ଦରଠୁ ଅଳ୍ପ ଦୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବୋଇଂ 787 ଡ୍ରିମଲାଇନର ବିମାନରେ ମୋଟ୍ ୨୪୨ ଜଣ ଯାତ୍ରୀ ରହିଥିଲେ। ଯେଉଁଥିରେ ୧୬୯ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୂଗିଜ ନାଗରିକ ଓ ଜଣେ କାନାଡିଆନ ନାଗରିକ ରହିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.