ନୂଆଦିଲ୍ଲୀ,୯।୮: ଭାରତର ଏୟାରଲାଇନ୍ସ ପାଇଁ ବାଟ ବନ୍ଦ କରିବା ପରେ ଏବେ ୪.୧ ବିଲିୟନ ଡଲାର କ୍ଷତି ସହିଲା ପାକିସ୍ତାନ। ଏନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ନ୍ୟାସନାଲ ଆସେମ୍ବଲିରେ ସୂଚନା ଦେଇଛି। ପାକିସ୍ତାନ ସରକାର କହିଛନ୍ତି, ଏହି କ୍ଷତି ୨୪ ଏପ୍ରିଲରୁ ୩୦ ଜୁନ୍ ପର୍ଯ୍ୟନ୍ତର ରହିଛି। ଅର୍ଥାତ ପାକିସ୍ତାନକୁ ଏହାଠାରୁ ଆହୁରି କ୍ଷତି ହୋଇଛି। ଯାହାକି ଏବେ ବି ଜାରି ରହିଛି। କାରଣ ପଡୋଶୀ ଦେଶ ଭାରତୀୟ ଏୟାରଲାଇନ୍ସ ପାଇଁ ନିଜର ବିମାନ କ୍ଷେତ୍ରକୁ ଏବେ ବି ଖୋଲି ନାହିଁ।
ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ପଦକ୍ଷେପ ଦ୍ବାରା ଭାରତ ୨୩ ଏପ୍ରିଲରେ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବାର ନିଷ୍ପତ୍ତି ପରେ ନେଇଥିଲା। ପାକିସ୍ତାନ ଭାରତର ପଞ୍ଜିକୃତ ବିମାନ ଓ ଭାରତୀୟ ଏୟାରଲାଇନ୍ସ ଦ୍ବାରା ପରିଚାଳିତ କିମ୍ବା ଲିଜ୍ରେ ନିଆଯାଇଥିବା ନିଜର ବିମାନ କ୍ଷେତ୍ରରେ ଉଡାଣ ଭରିବାକୁ ଅନୁମତିକୁ ରଦ୍ଦ କରିଦେଇଛି। ବିମାନ କ୍ଷେତୟରେ କଟକଣା ଲଗାଇବା ଫଳରେ ପ୍ରତିଦିନ ୧୦୦ ରୁ ୧୫୦ ଭାରତୀୟ ଉଡାଣ ଉପରେ ପ୍ରଭାବ ପଡିଛି। ଯେଉଁ କାରଣରୁ ପାକିସ୍ତାନ ବିମାନ ଯାତାୟତରେ ପ୍ରାୟ ୨୦%ର ଅଭାବ ରହିଛି। ପାକ୍ ପ୍ରତିରଧା ମନ୍ତ୍ରୀ ଖାଜ୍ବା ଆସିଫ ନ୍ୟାସନାଲ ଆସେମ୍ବଲିରେ କହିଛନ୍ତି, ଏହି କଟକକଣା ଦ୍ବାରା ଆର୍ଥିକ କ୍ଷତି ହୋଇଛି, କିନ୍ତୁ ଜାତୀୟ ସୁରକ୍ଷା ଓ ସାର୍ବଭୌମତ୍ବକୁ ପ୍ରାଧାନ୍ୟ ଦିଆଯାଇଛି।
ପାକ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି କ୍ଷତି ୪.୧ ବିଲିୟନ ଡଲାରର ରହିଛି। ଯାହାକି ପୂର୍ବରୁ ଅନୁମାନ ହୋଇଥିବା ୮.୫ ବିଲିୟନ ଡଲାର ତୁଳନାରେ ଖୁବ୍ କମ୍। ଏହା ପୂର୍ବରୁ ୨୦୧୯ ରେ ମଧ୍ୟ ଏଭଳି ବିବାଦ ସମୟରେ ବାୟୁମାର୍ଗକୁ ବନ୍ଦ କରିବା ବେଳେ ପାକିସ୍ତାନର ୭.୬ ବିଲିୟନ ଡଲାରର କ୍ଷତି ହୋଇଥିଲା।