ନୂଆଦିଲ୍ଲୀ : ବାରାମତୀରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଲାଇଭ୍ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ କିଛି ସେକେଣ୍ଡ ମଧ୍ୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି। ବାରାମତୀର ଗୋଜୁବାବି ଗ୍ରାମ ପଞ୍ଚାୟତର ସିସିଟିଭି ଫୁଟେଜ ସମ୍ପୂର୍ଣ୍ଣ ଘଟଣାକୁ କଏଦ କରିଛି । କୁହାଯାଉଛି କି, ବୁଧବାର ସକାଳେ ପୁଣେର ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଅଜିତ ପାୱାରଙ୍କ ବିମାନ "ବାୟୁରେ ଟିକିଏ ଅସ୍ଥିର" ଥିବା ପରି ମନେ ହେଉଥିଲା ଏବଂ ଭୂମିରେ ଅବତରଣ କରିବା ସମୟରେ ବିସ୍ଫୋରଣ ହୋଇଥିଲା। ଘଟଣାର ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଦୁର୍ଘଟଣା ପରେ ବିମାନଟି ନିଆଁରେ ଜଳି ଉଠିଥିଲା, ତା'ପରେ ଚାରି କିମ୍ବା ପାଞ୍ଚଟି ଲଗାତାର ବିସ୍ଫୋରଣ ହୋଇଥିଲା।
बारामती विमान हादसे का नया CCTV फुटेज आया सामने, कंट्रोल खोकर तेज़ी से जमीन पर गिरता नज़र आया विमान! बारामती के गोजुबावी ग्रामपंचायत के CCTV कैमरा में रिकॉर्ड हुआ डरा देने वाला पूरा मंज़र!#AjitPawarPlaneCrash #MaharashtraPolitics #PlaneCrash #ABPNews pic.twitter.com/Wkbw5tImXL
— ABP News (@ABPNews) January 28, 2026
ଜଣେ ଅଧିକାରୀଙ୍କ ଅନୁଯାୟୀ, ଅଜିତ୍ ପାୱାର ଏବଂ ଅନ୍ୟ ୪ ଜଣଙ୍କୁ ନେଇ ଯାଉଥିବା ବିମାନଟି ସକାଳ ୮.୫୦ ରେ ବାରାମତୀ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ ମହିଳା କହିଛନ୍ତି ଯେ ସେ ସକାଳେ ବାରାମତୀ ବିମାନବନ୍ଦର ଉପରେ ବିମାନଟି ଘୂର୍ଣ୍ଣନ କରୁଥିବାର ଦେଖିଥିଲେ।
ବିସ୍ଫୋରଣର ଶବ୍ଦ ଆମ ଘର ପର୍ଯ୍ୟନ୍ତ ପହଞ୍ଚିଲା - ପ୍ରତ୍ୟକ୍ଷଦର୍ଶୀ
ମହିଳା କହିଛନ୍ତି, "ବିମାନଟି ବାୟୁରେ ଘୂର୍ଣ୍ଣନ କରିଥିଲା, ଟିକେ ଅସ୍ଥିର ଦେଖାଯାଉଥିଲା। ଅବତରଣ ପାଇଁ ରନୱେ ପାଖକୁ ଯିବା ମାତ୍ରେ ଏହା ଜୋରରେ ଭୂମିରେ ଆଘାତ ପାଇଲା ଏବଂ ବିସ୍ଫୋରଣ ହେଲା। ଏକ ଜୋରରେ ଶବ୍ଦ ହୋଇଥିଲା, ଯାହା ଆମ ଘର ପର୍ଯ୍ୟନ୍ତ ଶୁଣାଯାଇଥିଲା।"
ପାଞ୍ଚଟି ଲଗାତାର ବିସ୍ଫୋରଣ - ପ୍ରତ୍ୟେକ୍ଷଦର୍ଶୀ
ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି କି,"ଯେଉଁଭଳି ଭାବରେ ବିମାନଟି ତଳକୁ ଓହ୍ଲାଉଥିଲା, ଆମେ ଭାବିଥିଲୁ ଯେ ଏହା ଦୁର୍ଘଟଣାଗ୍ରସ୍ତ ହେବ। ଏହା ରନୱେ ଠାରୁ ପ୍ରାୟ ୧୦୦ ଫୁଟ ଉପରେ ଥିଲା। ଯେତେବେଳେ ଆମେ ବିମାନ ଆଡ଼କୁ ଦୌଡ଼ିଲୁ, ଆମେ ନିଆଁ ଦେଖିଲୁ, ତା'ପରେ ଚାରିରୁ ପାଞ୍ଚଟି ଲଗାତାର ବିସ୍ଫୋରଣ ହେଲା, ଯାହା ଆମକୁ ବିମାନ ପାଖକୁ ନ ଯିବାକୁ ବାଧ୍ୟ କଲା। "ନିଆଁ ବହୁତ ତୀବ୍ର ଥିଲା। ପରେ, ଆମେ ଜାଣିବାକୁ ପାଇଲୁ ଯେ ଅଜିତ୍ ପାୱାର ବିମାନରେ ଥିଲେ। ଏହା ଆମକୁ ଆଶ୍ଚର୍ଯ୍ୟ କରିଥିଲା।"
ଏହା ସହ ପଢନ୍ତୁ : ଟଳିଲା ଆଉ ଏକ ଦୁର୍ଘଟଣା, ଏୟାର ଇଣ୍ଡିଆ ବିମାନ ଅବତରଣ ବିଫଳ, ଅଳ୍ପକେ ବର୍ତ୍ତିଲେ ଆଉ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…