ମୁମ୍ବାଇ, ୨୯/୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଖବର ଚକିତ କରିଛି। ମହାରାଷ୍ଟ୍ର ରାଜନୀତିରେ ଏବେ ଗୋଟିଏ ଚର୍ଚ୍ଚା, କିଏ ସମ୍ଭାଳିବ ଅଜିତ ପାଓ୍ବାରଙ୍କ ରାଜନୈତିକ ସାମ୍ରାଜ୍ୟ । ଅଜିତ ପାଓ୍ବାରଙ୍କ ସ୍ଥାନ ଯଦିଓ ଦଳ କିମ୍ବା ପରିବାରରେ କେହି ପୂରଣ କରି ପାରିବେ ନାହିଁ । କିନ୍ତୁ କିଏ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପୁଅ-ସ୍ତ୍ରୀ ଏହାରି ଭିତରେ ଲାଗି ରହିଛି ଦ୍ବନ୍ଦ । ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ସମ୍ଭାଳନ୍ତୁ ବୋଲି କହୁଥିବାବେଳେ ଆଉ କିଛି ବଡ଼ ପୁଅ ପାର୍ଥ ସମ୍ଭାଳନ୍ତୁ ବୋଲି ଦାବି କରିଛନ୍ତି ।
ଦାଦା ଅଜିତ ପାଓ୍ବାରଙ୍କଠାରୁ ୨୦୨୩ ମସିହାଠାରୁ ଅଲଗା ହେବା ପରଠାରୁ ଏନସିପି(ଅଜିତ ପାଓ୍ବାର) ଦାୟିତ୍ବ ତୁଲାଇଛନ୍ତି । ମହାରାଷ୍ଟ୍ରରୁ ଦିଲ୍ଲୀ ସମସ୍ତ ଦାୟିତ୍ବ ସେ ନିଜେ ତୁଲାଉଥିଲେ । ଏବେ ତାଙ୍କର ଅବର୍ତ୍ତମାନରେ ପୁଅଙ୍କୁ ସୁଯୋଗ ଦିଆଯାଉ ବୋଲି କୁହାଯାଉଛି । କାରଣ ୨୦୧୯ ଲୋକସଭା ନିର୍ବାଚନରେ ହାରିବା ପରେ ସେ ଆଉ ନିର୍ବାଚନ ଲଢ଼ିନାହାନ୍ତି । ସେପଟେ ମହାରାଷ୍ଟ୍ର ନିର୍ବାଚନକୁ ୪ ବର୍ଷ ବାକି ରହିଛି । ଏଣୁ କିଛିଦିନ ମଧ୍ୟରେ ବାରମତୀରେ ଉପନିର୍ବାଚନ ହେବ । ଏଠାରେ ପାର୍ଥ ପାଓ୍ବାର ପ୍ରାର୍ଥୀ ହେଲେ ରାଜନୈତିକ ଭବିଷ୍ୟତ ତୁଲାଇବେ ବୋଲି କୁହାଯାଉଛି ।
ସେପଟେ ଅଜିତ ପାଓ୍ବାରଙ୍କ ପତ୍ନୀ ଏବେ ରାଜ୍ୟସଭାରେ ସାଂସଦ ଅଛନ୍ତି । ଏଣୁ ସେ ପୁଅ ପାଇଁ ଏହି ଆସନ ଛାଡ଼ି ପାରନ୍ତି ବୋଲି କୁହାଯାଉଛି । ସେପଟେ ଗୋଟିଏ ଗୋଷ୍ଠୀ କିନ୍ତୁ ସୁନେତ୍ରା ଦାୟିତ୍ବ ନିଅନ୍ତୁ ବୋଲି ମଧ୍ୟ ଅଡ଼ି ବସିଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଅଜିତ ପାଓ୍ବାର ସମ୍ଭାଳିଥିଲେ । ଏଣୁ ଆଗାମୀ ଦିନରେ କଣ ନିଷ୍ପତ୍ତି ନିଆଯିବ ଏବଂ ମେଣ୍ଟ ଉପରେ ମଧ୍ୟ ଏହାର ପ୍ରଭାବ କଣ ପଡ଼ିବ ତାଉପରେ ସମସ୍ତଙ୍କ ନଜର ରହିଛି ।