ମୁମ୍ବାଇ, ୨୮/୧ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗ ପାଇଁ ସବୁଠି ଖେଳି ଯାଇଛି ଶୋକର ଛାୟା । ବିମାନ ଦୁର୍ଘଟଣାରେ ତାଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଶେଷ ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜର ପୋଷ୍ଟରେ ଅଜିତ ପାଓ୍ବାରଦୁର୍ଘଟଣାରେ ମୃତ୍ୟୁର କେଇ ମିନିଟ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ ସ୍ବତନ୍ତ୍ରତା ସେନାନୀର ପୁରୋଧା ଲାଲା ଲାଜପତ୍ ରାୟଙ୍କ ଜୟନ୍ତୀରେଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମନେପକାଇ ଲେଖିଛନ୍ତି କି, ’ ମହାନ୍ ସ୍ବତନ୍ତ୍ରତା ସେନାନୀ ସ୍ବରାଜ୍ୟ ପ୍ରଚାରକ, ’ପଞ୍ଜାବ କେସରୀ’ ଲାଲା ଲାଜପତ୍ ରାୟଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି, ଯିଏ ଦେଶର ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଲେ , ତାଙ୍କ ଦେଶଭକ୍ତି ସବୁବେଳେ ଆମକୁ ପ୍ରେରଣା ଦେଇଆସୁଛି’ ।ଶ୍ରଦ୍ଧାଞ୍ଜଳି ପୋଷ୍ଟ କରିଥିବା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଏବେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ : ସାନପୁଅ ରାଜନୀତିରୁ ଦୂରରେ, ବଡ଼ ଭାଇ ଜଣାଶୁଣା ବ୍ୟବସାୟୀ, ଗୋଟିଏ କ୍ଲିକରେ ଜାଣନ୍ତୁ ଅଜିତ ପାଓ୍ବାରଙ୍କ ପରିବାର ସମ୍ପର୍କରେ ଅଜଣା କଥା

କହି ରଖୁଛୁ କି, ମହାରାଷ୍ଟ୍ର ବାରାମତିରେ ବଡ଼ ଧରଣ ବିମାନ ଦୁର୍ଘଟଣା । ପ୍ଲେନ୍ କ୍ରାସରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ । ଅଜିତ୍ ପାଓ୍ବାରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏକ ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ ଅଜିତ୍ ପାଓ୍ବାର । ଆଜି ସକାଳ ୮ଟା ୪୫ ମିନିଟ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରାମତୀରେ ତାଙ୍କ ବିମାନ ଅବତରଣ ବେଳେ ଭୟଙ୍କର ଭାବେ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ଅଜିତ୍ଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ । ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ଏହି ଛାତିଥରା ବିମାନ ଦୁର୍ଘଟଣାରେ ଅଜିତ୍ ପାଓ୍ବାରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପିଏସ୍ଓ, ଜଣେ ଆଟେଣ୍ଡାଣ୍ଟ ଓ ୨ କ୍ରିଉ ମେମ୍ବର ରହିଛନ୍ତି ।

ଏହାସହ ପଢ଼ନ୍ତୁଦାଦାଙ୍କଠାରୁ ଶିଖିଲେ ରାଜନୀତି, ବନିଗଲେ ମହାରାଷ୍ଟ୍ର ରାଜନୀତିର ଦାଦା : ସଂକ୍ଷପରେ ଜାଣନ୍ତୁ ଅଜିତ ପାଓ୍ବାରଙ୍କ ରାଜନୈତିକ କ୍ୟାରିୟର