ମୁମ୍ବାଇ, ୨୮/୧ : ଅଜିତ ପାଓ୍ବାର, ମହାରାଷ୍ଟ୍ର ରାଜନୀତିର ଜଣେ ପରିଚିତ ଚେହେରା । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଏହି ବରିଷ୍ଠ ନେତାଙ୍କ ରାଜନୀତି କ୍ୟାରିୟର ବେଶ ଲମ୍ବା । ଦାଦା ଶରଦ ପାଓ୍ବାରଙ୍କଠାରୁ ଶିଖିଥିଲେ ରାଜନୀତି । ମହାରାଷ୍ଟ୍ର ରାଜନୀତିରେ ଏନସିପିର ଏହି ଦାଦା ପୁତୁରାଙ୍କ ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଦାଦାଙ୍କଠାରୁ ପରବର୍ତ୍ତୀ ସମୟରେ ଅଲଗା ହୋଇ ଆଗକୁ ବଢ଼ିଥିଲେ । ତେବେ ସେ କେମିତି ଆରମ୍ଭ କଲେ ରାଜନୀତି ? ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ....
ରାଜନୀତିରେ କେମିତି କଲେ ପ୍ରବେଶ ?
ମହାରାଷ୍ଟ୍ର ରାଜନୀତିରେ ବେଶ ପରିଚିତ ଶରଦ ପାଓ୍ବାରଙ୍କୁ ଅନୁସରଣ ରି ରାଜନୀତିରେ ପାଦ ଦେଇଥିଲେ ଅଜିତ । ୧୯୮୦ ମସିହାରେ ସେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ତେବେ ପ୍ରଥମେ ୧୯୯୧ ମସିହାରେ ବାରମତୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ପରେ ସେ ଏହି ଆସନରୁ ଇସ୍ତଫା ଦେଇଥିବାବେଳେ ଶରଦ ପାଓ୍ବାର ଉପନିର୍ବାଚନର ବିଜୟୀ ହୋଇଥିଲେ । ,ହାସହ ସେସମୟରେ ସେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଦାଦାଙ୍କ ପାଇଁ ଆସନ ଛାଡ଼ି ସେ ସମୟରେ ବେଶ ଚର୍ଚ୍ଚାରେ ମଧ୍ୟ ରହିଥିଲେ ଅଜିତ ପାଓ୍ବାର । ପରେ ବାରମତୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ । ୧୯୯୧ ବ୍ୟତୀତ, ଅଜିତ ୧୯୯୫, ୧୯୯୯, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏବଂ ୨୦୨୪ରେ ନିର୍ବାଚନରେ ବିଜୟୀ ହୋଇଥିଲେ।
୧୯୯୧ ରୁ ୧୯୯୨ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁଧାକର ରାଓ ନାଏକଙ୍କ ସରକାରରେ ତାଙ୍କୁ କୃଷି ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ତା’ପରେ, ଯେତେବେଳେ ତାଙ୍କ ଦାଦା ଶରଦ ପାୱାର ୧୯୯୨ରେ ମୁଖ୍ୟମନ୍ତ୍ରୀ ହେଲେ, ସେ ମୃତ୍ତିକା ସଂରକ୍ଷଣ, ଶକ୍ତି ଏବଂ ଯୋଜନା ରାଷ୍ଟ୍ରମନ୍ତ୍ରୀ ହେଲେ। ସେହିପରି, ୧୯୯୯ ମସିହାରେ ସେ କଂଗ୍ରେସ ଏବଂ ଏନସିପି ମେଣ୍ଟ ସରକାରରେ ଜଳସେଚନ ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ । ୨୦୦୪ ବିଧାନସଭା ନିର୍ବାଚନରେ ଯେତେବେଳେ କଂଗ୍ରେସ ଏବଂ ଏନସିପି ମେଣ୍ଟ କ୍ଷମତାକୁ ଫେରିଲା, ସେ ବିଳାସରାଓ ଦେଶମୁଖ ଏବଂ ପରେ ଅଶୋକ ଚଭନଙ୍କ କ୍ୟାବିନେଟରେ ଜଳସମ୍ପଦ ମନ୍ତ୍ରୀ ହୋଇଥିଲେ।
ଏହାସହ ପଢ଼ନ୍ତୁ : ନଜର ପକାନ୍ତୁ ଭାରତରେ କେବେ ଏବଂ କେମିତି ବିମାନ ଦୁର୍ଘଟଣାରେ ଯାଇଛି ଏହିସବୁ ବଡ଼ ନେତାଙ୍କ ଜୀବନ
ଅନେକ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ୨୦୧୦ ମସିହାରେ ପ୍ରଥମଥର ପାର୍ଇ ଉପମୁଖ୍ୟନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା । ଲାଗାତାର ସେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସିଛନ୍ତି । ସେ ୬ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ କାମ କଲେଣି । ଶେଷଥର ପାଇଁ ୨୦୨୪ ମସିହାରେ ତାଙ୍କ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ଶରଦ ପାଓ୍ବାର-ଅଜିତ ପାଓ୍ବାର ଯୋଡ଼ି ମହାରାଷ୍ଟ୍ର ରାଜନୀତିରେ ବେଶ ଦବଦବା ରଖିଥିଲେ । ମାତ୍ର ୨୦୨୩ ମସିହାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦାଦାଙ୍କ ବିରୋଧରେ ସ୍ବର ଉଠାଇଥିଲେ ଅଜିତ । ଏହାପରେ ସେ ଅଲଗା ହୋଇଥିଲେ । ମାତ୍ର ଏନସିପି (ଅଜିତ ପାଓ୍ବାର) ଗୋଷ୍ଠୀ ନିର୍ବାଚନ ସମୟରେ ଭଲ ପ୍ରଦର୍ଶନ କରିଥିଲା । ବାରମାତୀରୁ ଲଗାତାର ବିଜୟୀ ହୋଇ ଆସୁଥିବା ଅଜିତ ପାଓ୍ବାରଙ୍କ ଦବଦବା ହାରାଷ୍ଟ୍ର ରାଜନୀତିରେ ବେଶ ପ୍ରଭାବ ପକାଉଥିଲା ।
ଏହାସହ ପଢ଼ନ୍ତୁ : ସାନପୁଅ ରାଜନୀତିରୁ ଦୂରରେ, ବଡ଼ ଭାଇ ଜଣାଶୁଣା ବ୍ୟବସାୟୀ, ଗୋଟିଏ କ୍ଲିକରେ ଜାଣନ୍ତୁ ଅଜିତ ପାଓ୍ବାରଙ୍କ ପରିବାର ସମ୍ପର୍କରେ ଅଜଣା କଥା