ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ବଡ଼ ଆତଙ୍କୀ ଯୋଜନା ପଣ୍ଡ : ଅଲକାଏଦାର ୪ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍

Published By : Rasmita Pradhan | July 24, 2025 8:51 AM

ନୂଆଦିଲ୍ଲୀ, ୨୪/୦୭ : ବଡ଼ ଆତଙ୍କୀ ଯୋଜନା ପଣ୍ଡ। ଅଲକାଏଦାର ୪ ହାର୍ଡକୋର୍ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁଜରାଟରୁ ଏବଂ ଅନ୍ୟ ୨ ଜଣଙ୍କୁ ଦିଲ୍ଲୀ ଏବଂ ନୋଏଡାରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀ ହେଲେ ମହମ୍ମଦ ଫରଦୀନ, ସୈଫୁଲ୍ଲାହ କୁରୈଶୀ, ଜୀଶାନ ଅଲି ଏବଂ ମହମ୍ମଦ ଫୈକ। ଗୁଜରାଟ ପୁଲିସର ସାଇବର କ୍ରାଇମ୍‌ ଟିମ୍‌ ଏନେଇ ତଦନ୍ତ କରୁଛି। ୨୦-୨୫ ବର୍ଷୀୟ ଏହି ଆତଙ୍କୀଙ୍କୁ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଟାର୍ଗେଟ୍‌ ମିଳିଥିଲା। ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବାକୁ ଅଭିଯୁକ୍ତଙ୍କ ଚାଟ୍‌ ଓ ସୋସିଆଲ୍‌ ମିଡିଆ ପୋଷ୍ଟକୁ ବିଶ୍ଳେଷଣ କରାଯାଉଛି। 

ଏଟିଏସ୍ ଡିଆଇଜି ସୁନୀଲ ଜୋଶୀ କହିଛନ୍ତି, ଏମାନେ ଅଲକାଏଦର ସ୍ଵତନ୍ତ୍ର ମିଶନରେ ଥିଲେ। ଭାରତର ବିଭିନ୍ନ ହାଇପ୍ରୋଫାଇଲ୍ ସ୍ଥାନରେ ଆଟାକ୍ କରିବାକୁ ଯୋଜନା କରିଥିଲେ। ଏକ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏହି ଆତଙ୍କବାଦୀମାନେ ଏକ ସୋସିଆଲ ମିଡିଆ ଆପ୍ ଜରିଆରେ ପରସ୍ପର ସହ ଲିଙ୍କ୍‌ରେ ଥିଲେ। ଭାରତରେ ୫ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଅଲକାଏଦା ବିଚାରଧାରାକୁ ପ୍ରଚାର ପ୍ରସାର କରୁଥିଲେ। ଏହି ଆକାଉଣ୍ଟ ମାଧ୍ୟମରେ ଏକ ବଡ଼ ଟିମ୍ ଗଠନ କରିଥିଲେ। ଧାର୍ମିକ ବିଚାରଧାରା ଆଧାରରେ ଭାରତ ବିରୋଧୀ ଆତଙ୍କ ଘଟାଇବାକୁ ଲୋକଙ୍କୁ ଉସକାଉଥିଲେ। ଏପରିକି ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସଂପର୍କରେ ଯେପରି କେହି ସୁରାଗ ନ ପାଇବେ ସେଥିଲାଗି ଅଟୋ-ଡିଲିଟ୍‌ ଆପ୍‌ ବ୍ୟବହାର କରୁଥିଲେ। ଏମାନେ ଅପରେସନ ସିନ୍ଦୂର ନେଇ ଭାରତ ବିରୋଧରେ ବିଷ ଓଗାଳିଥିଲେ। ଏନେଇ ଗୁଜରାଟ ଏଟିଏସର ଡେପୁଟି ଏସପି ହର୍ଷ ଉପାଧ୍ୟାୟଙ୍କୁ ଜୁନ ୧୦ରେ ସୂଚନା ମିଳିଥିଲା। ଏଟିଏସ୍‌ ସୂଚନାରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତଙ୍କର ସୀମାପାର ଆତଙ୍କୀଙ୍କ ସହ ସଂପର୍କ ରହିଛି। 

ଏହା ପୂର୍ବରୁ ମିଳିତ ଜାତିସଙ୍ଗ ସୁରକ୍ଷା ପରିଷଦର ଏକ ରିପୋର୍ଟରୁ ଅଲକାଏଦା ଆତଙ୍କୀ ସଙ୍ଗଠନ ନେଇ ବଡ଼ ଖୁଲାସା ହୋଇଛି। ଆତଙ୍କବାଦୀମାନେ ଭାରତର ଜମ୍ମୁ କାଶ୍ମୀର, ବାଙ୍ଗଲାଦେଶ ଏବଂ ମିଆଁମାରରେ ଆତଙ୍କବାଦୀ ଅଭିଯାନ ଚଳାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଅଲକାଏଦା ଏକ୍ୟୁଆଇଏସ୍ ନାମରେ ନୂଆ ସଙ୍ଗଠନ ତିଆରି କରିଛି। ଏହି ସଙ୍ଗଠନରେ ଅଲକାଏଦାର ପ୍ରାୟ ୨୦୦ ଆତଙ୍କୀ ସକ୍ରିୟ ଅଛନ୍ତି। ଓସମା ମହମ୍ମୁଦ ସେମାନଙ୍କର ମୁଖ୍ୟ।  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.