ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କେଦାରନାଥ - ଯମୁନୋତ୍ରୀ ଚାରିଧାମରେ ପାଣିପାଗ ଆଲର୍ଟ : ପ୍ରବଳ ବର୍ଷାରେ ହାଇୱେ ବନ୍ଦ, ଭାସି ଗଲା ପୋଲ

ଡେରାଡୁନ୍ - କେଦାରନାଥ-ଯମୁନୋତ୍ରୀ , ବଦ୍ରିନାଥ ଚାରିଧାମ ଯାତ୍ରା ରୁଟ୍‌ରେ ପାଣିପାଗକୁ ନେଇ ବଡ଼ ଅପଡେଟ୍‌ ସାମନାକୁ ଆସିଛି। ଚାରିଧାମ ଯାତ୍ରାରେ ବର୍ଷାର ପ୍ରଭାବ ରହିଛି। ଉତ୍ତରାଖଣ୍ଡ ପାଣିପାଗ ପୂର୍ବାନୁମାନରେ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କୁଆପଥର ସହ ଖୁବ୍‌ ଜୋରରେ ବର୍ଷା ବି ହୋଇପାରେ। ଅନ୍ୟପଟେ , ପ୍ରୀ-ମନସୁନ୍‌ ବର୍ଷା ପରେ ସଡ଼କ ବନ୍ଦ ହୋଇ ଯାଇଛି ଓ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇ ଯାଇଛି। ଏଥିରେ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। 

ପ୍ରଶାସନ ପକ୍ଷରୁ ବନ୍ଦ ସଡ଼କକୁ ଖୋଲିବାର କାମ ଯୁଦ୍ଧକାଳିନ ଭିତ୍ତିରେ କରାଯାଉଛି। ଉତ୍ତରାଖଣ୍ଡେ ଗତ ୨୪ ଘଣ୍ଟାରେ ପୌଡି , ଉତ୍ତରକାଶୀ ଆଦି ଜିଲ୍ଲାରେ ଭଲ ବର୍ଷା ହୋଇଛି। ପ୍ରଦେଶର ଅନେକ ସ୍ଥାନରେ ୫ ସେମି ଯାଏ ବର୍ଷା ରେକର୍ଡ କରାଯାଇଛି। ପୌଡିରେ କିଛି ସମସ୍ୟା ବି ସାମନାକୁ ଆସିଛି। ବର୍ଷା ଯୋଗୁଁ ନଈ ନାଳରେ ଜଳସ୍ତର ବଢିବାରୁ ଲୋକଙ୍କୁ ନାନା ସମସ୍ୟାରେ ସାମ୍ନା କରିବାକୁ ପଡ଼ିଛି, ଏଥିପାଇଁ ଆଗାମୀ ଦୁଇ ଦିନ ଯାଏ ସତର୍କତାର ଆବଶ୍ୟକତା ରହିଛି।  

ପାଣିପାଗ ବିଭାଗର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି , ୨୩ ଓ ୨୪ ମେ’ କୁ ଚାରିଧାମରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.