ନୂଆଦିଲ୍ଲୀ ୧୭/୦୬: ବହୁ-ପ୍ରତୀକ୍ଷିତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ସିକ୍ୱେଲକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା । ସଦ୍ୟ ରିପୋର୍ଟ ଅନୁସାରେ, ଏହି ମହତ୍ୱାକାଂକ୍ଷୀ ସାଇନ୍ସ-ଫିକ୍ସନ୍ ଫ୍ରାଞ୍ଚାଇଜିରେ ଏଣ୍ଟ୍ରି କରିଛନ୍ତି ଆଲିୟା ଭଟ୍ଟ । ସିକ୍ୱେଲରେ ଦୀପିକା ପାଦୁକୋନଙ୍କ ଚରିତ୍ର କିଏ ନିର୍ବାହ କରିବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଖବର ସବୁରି ଧ୍ୟାନ ଆକର୍ଷଣ କରିଛି ।

ରିପୋର୍ଟ ଅନୁସାରେ, ‘କଲ୍‌କି ୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆଲିୟାଙ୍କୁ କାଷ୍ଟ୍ କରାଯାଇଛି । ତେବେ ଦୀପିକାଙ୍କ ସ୍ଥାନରେ ତାଙ୍କୁ କାଷ୍ଟ କରାଯାଇ ନାହିଁ । ତାଙ୍କ ଚରିତ୍ର ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ଫିଲ୍ମ ଟିମ୍ ପକ୍ଷରୁ ମିଳିନାହିଁ । ସିକ୍ୱେଲର ଏକ ପ୍ରମୁଖ ଅଂଶର ବର୍ଣ୍ଣନାରେ ଆଲିୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି । ରିପୋର୍ଟ ଆହୁରି ସ୍ପଷ୍ଟ କରିଛି, ଆଲିୟା ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିସାରିଛନ୍ତି । ୨ୟ ପର୍ଯ୍ୟାୟ ସୁଟିଂ ପାଇଁ ନିକଟରେ ସେ ହାଇଦ୍ରାବାଦରେ ଫିଲ୍ମ ଟିମ୍ ଓ କଳାକାରଙ୍କ ସହ ଯୋଗ ଦେଇଥିଲେ । ଏବେ ସୁଦ୍ଧା ୫ ଦିନର ସୁଟିଂ ସେ ଶେଷ କରିସାରିଛନ୍ତି । ୨୦୨୭ ଶେଷ ବେଳକୁ ଫିଲ୍ମ ରିଲିଜ୍ କରିବାକୁ ନିର୍ମାତାଙ୍କର ଯୋଜନା ରହିଛି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ‘କଲ୍‌କି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଭାସ, ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ ଓ ଦିଶା ପଟାନି । ଦୀପିକାଙ୍କ ବ୍ୟତୀତ ସମସ୍ତଙ୍କୁ ସିକ୍ୱେଲରେ ଦେଖିବାକୁ ମିଳିପାରେ ।

 

ଆହୁରି ପଢ଼ନ୍ତୁ...Peddi : ବକ୍ସ ଅଫିସରେ ରାମ ଚରଣଙ୍କ ଧମାକା, ୨୦୨୬ର ସର୍ବାଧିକ କଲେକ୍ସନ ଟଲିଉଡ୍ ଫିଲ୍ମ ପାଲଟିଲା