ମୁମ୍ବାଇ,୧୬/୬ : ରାମ ଚରଣଙ୍କ "ପେଡ୍ଡି" ଦ୍ୱିତୀୟ ସପ୍ତାହରେ ଜବରଦସ୍ତ କଲେକ୍ସନ କରିଛି । ଏହା ୨୦୦ କୋଟି କ୍ଲବରେ ମଧ୍ୟ ସାମିଲ ହୋଇଛି । ଏହାସହ ଏହି ଫିଲ୍ମ ୨୦୨୬ର ସର୍ବାଧିକ ଗ୍ରସିଂ ଟଲିଉଡ୍ ଫିଲ୍ମ ହୋଇଯାଇଛି । ଫିଲ୍ମରେ ରାମ ଚରଣ ଏବଂ ଜାହ୍ନବୀ କପୁରଙ୍କ ଭଳି ଷ୍ଟାରର ଅଛନ୍ତି । ରିପୋର୍ଟ ଅନୁସାରେ, ଫିଲ୍ମଟି ଦ୍ୱିତୀୟ ଶୁକ୍ରବାରରେ ୬.୦୭କୋଟି କଲେକ୍ସନ କରିଛି । ପରେ ଦ୍ୱିତୀୟ ଶନିବାରରେ ଏହାର ଆୟ ୫୭.୩୩ପ୍ରତିଶତର ସଂଖ୍ୟା ଛୁଇଁଛି । ଫିଲ୍ମ ୯.୫୫କୋଟିର କଲେକ୍ସନ କରିଥିଲା । ଏକାଦଶ ଦିନ ରବିବାରରେ ଫିଲ୍ମ ଟି ୧୦.୮୫କୋଟିର କଲେକ୍ସନ କରିଛି ।

ଏହି ଫିଲ୍ମ ଭାରତରେ ନେଟ୍ ୨୧୬କୋଟିର କଲେକ୍ସନ କରିଛି । ସେହିଭଳି ଫିଲ୍ମ ଗ୍ରସ୍ ୨୫୪.୮୮କୋଟିର କଲେକ୍ସନ କରିଛି । ସେହିଭଳି ଫିଲ୍ମ ଓଭରସିସ୍ ଗ୍ରସ୍ ୫୧.୭୭କୋଟିର କଲେକ୍ସନ କରିଛି । ଓ୍ବାର୍ଲ୍ଡଓ୍ବାଇଡ୍ ଫିଲ୍ମ ୩୦୬.୬୩କୋଟି କଲେକ୍ସନ କରିଛି ।

ଏହି ଫିଲ୍ମ ଏବେ ଓ୍ବାର୍ଲ୍ଡ ଓ୍ବାଇଡ୍ ୩୦୦କୋଟି କ୍ଲବରେ ପ୍ରବେଶ କରିଛି । ଏହାସହ ଲିଡ୍ ଭାବେ ରାମ ଚରଣଙ୍କ ଏହା ପ୍ରଥମ ଫିଲ୍ମ ଭାବେ ୩୦୦କୋଟି କଲେକ୍ସନ କରିଥିବା ଫିଲ୍ମ ହୋଇଯାଇଛି । RRR ପରେ ଏହା ତାଙ୍କର ଦ୍ୱିତୀୟ ୩୦୦କୋଟି କଲେକ୍ସନ ଫିଲ୍ମ ଅଟେ । ଫିଲ୍ମକୁ ଯେଉଁଭଳି ଭାବେ ରେସପନ୍ସ ମିଳୁଛି ଖୁବଶୀଘ୍ର ୩୫୦କୋଟି କ୍ଲବରେ ଏଣ୍ଟ୍ରି କରିବାର ଆଶା ରହିଛି ।