ଭୁବନେଶ୍ୱର,୧୦/୦୬:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର  ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା  କରିଛନ୍ତି । ବୁଧବାର ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ  ଭାରତ ମଣ୍ଡପମଠାରେ ଅନୁଷ୍ଠିତ ହେବା  କାର୍ଯ୍ୟକ୍ରମ ରହିଛି । ମୋଦି ସରକାର  ୧୨ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ  ଏହି ବୈଠକକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ  ମନେ କରାଯାଉଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେବେ । ବୈଠକରେ ସରକାରଙ୍କ ବିଭିନ୍ନ  ଉପଲବ୍ଧି ବାବଦରେ ଆଲୋଚନା ସହ ଆଗାମୀ ଦିନ ପାଇଁ ଏଜେଣ୍ଡା ପ୍ରସ୍ତୁତ ହୋଇପାରେ । ସେହିପରି ଗୁରୁବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନୀତି ଆୟୋଗ  ପରିଚାଳନା ପରିଷଦ ବୈଠକ ରହିଛି ।  ଏଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବା  ସହ ଓଡ଼ିଶାର ପକ୍ଷ ରଖିବେ । ଗୁରୁବାର  ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର  ଫେରିପାରନ୍ତି ବୋଲି ସୂତ୍ରରୁ ଜଣାଯାଇଛି ।

ଅଧିକ ପଢ଼ନ୍ତୁ :-  ପିଏମ୍ ମୋଦିଙ୍କ ପୂର୍ବୋତ୍ତରର ବିକାଶ ଭିଜନ; ପଶ୍ଚିମ ପରେ ବିକାଶ ପଥେ ପୂର୍ବ-ଭାରତ, ପ୍ରଗତିରେ ସାମିଲ ଓଡ଼ିଶା