ମୁମ୍ୱାଇ : ପ୍ରାୟତଃ ସେଲିବ୍ରିଟି ମାନେ ନିଜ ଜୀବନରେ ଅନେକ କିଛିର ସମସ୍ୟାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଏହା ସତ୍ତ୍ୱେ , ସେମାନେ ନିଜ କାମକୁ ଫେରି ଯାଆନ୍ତି। ଏମିତି କିଛି ଗାୟିକା ଅଛନ୍ତି , ଯିଏକି ଜୀବନରେ ଅନେକ ଯନ୍ତ୍ରଣା ସହ୍ୟ କରିବା ପରେ ମଧ୍ୟ ଗୀତ ଗାଇବାକୁ ବାଧ୍ୟ ହୁଅନ୍ତି। କେବେ କେବେ କୌଣସି ସିଙ୍ଗରଙ୍କୁ ନିଜର କୌଣସି ଜଣେ ପ୍ରିୟଜନଙ୍କୁ ହରାଇବା ପରେ ମଧ୍ୟ ରୋମାଣ୍ଟିକ ଗୀତ ଗାଇବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଅଳକା ୟାଗ୍ନିକଙ୍କର ଏକ ଘଟଣା ବିଷୟରେ କହିବୁ, ଯିଏ ତାଙ୍କ ପିତାଙ୍କୁ ହରାଇବା ପରେ ଗୀତ ଗାଇବାକୁ ଚାହୁଁ ନଥିଲେ, କିନ୍ତୁ ଅନୁ ମଲିକ୍ ଏପରି କିଛି କରି ଥିଲେ ଯାହା ଅଳକାଙ୍କୁ ପୁଣି ଥରେ ଗୀତ ଗାଇବାକୁ ବାଧ୍ୟ କରି ଥିଲା।

ପ୍ରକୃତ କଥା ହେଲା , ଅଳକା ଯେତେବେଳେ ଫିଲ୍ମ କମ୍ପାନିୟନ ସହ କଥା ହେଉଥିଲେ , ସେତେବେଳେ ସେ କହିଥିଲେ- ଫିଲ୍ମ ‘ରିଫ୍ୟୁଜି’ ପାଇଁ ଗୀତ ରେକର୍ଡ ହେଉଥିଲା, ସେ ଡିପ୍ରେସନରେ ଥିଲେ। ସେହି ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇ ଥିଲା, ଏବଂ ସେ ତାଙ୍କ ବାପାଙ୍କର ବହୁତ ନିକଟତର ଥିଲେ।

ଯେବେ ଅଳକାଙ୍କ ବାପାଙ୍କର ଦେହାନ୍ତି ହୋଇଥିଲା ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା, ଏବଂ କେହି ଆଶା କରିନଥିଲେ ହଠାତ୍ ସେ (ତାଙ୍କ ବାପା) ସମସ୍ତଙ୍କୁ ଛାଡି ଚାଲି ଯିବେ। ଅଳକା କହିଥିଲେ, ମୁଁ ଗୀତ ଗାଇବାକୁ ଚାହୁଁ ଚାହୁଁ ନଥୁଲି। ମୁଁ ବାହାରକୁ ଯିବାକୁ ମନା କରି ଦେଇ ଥିଲି। ମୁଁ ନିଜକୁ ମୋ କୋଠରୀରେ ବନ୍ଦ କରି ଦେଇ ଥିଲି। ମୋ ମାଆ, ମୋ ଭାଇ, ମୋର ବନ୍ଧୁମାନେ, ଏବଂ ମୋ ଝିଅ, ଯିଏ ସେତେବେଳେ ବହୁତ ଛୋଟ ଥିଲା, ମୋତେ ବୁଝାଉ ଥିଲେ, 'ମମି, ସବୁକିଛି ଠିକ୍ ହୋଇଯିବ।

ଅଳକା ଆହୁରି କହିଥିଲେ - ମୋ ମାଆ ମୋତେ ବୁଝାଉ କହୁଥିଲେ ଯେ,ମୋତେ କାମ କରିବାକୁ ପଡିବ। ମୋତେ ଅନ୍ୟତ୍ର ମନ ଦେବାକୁ ପଡିବ। ତା'ପରେ ଗୋଟିଏ ଦିନ ମୋତେ ଅନୁ ମଲିକଙ୍କ ଫୋନ୍ ଆସିଲା ଯେ, ଜେପି ଦତ୍ତା ଏକ ଫିଲ୍ମ ତିଆରି କରୁଛନ୍ତି ଯେଉଁଥିରେ ସେ ଅଭିଷେକ ବଚ୍ଚନ ଏବଂ କରୀନା କପୁରଙ୍କୁ ଲଞ୍ଚ କରୁଛନ୍ତି । ସେ କହିଲେ, 'ଆମେ କିଛି ସୁନ୍ଦର ସଙ୍ଗୀତ କରିଛୁ ଏବଂ ତୁମକୁ ଗାଇବାକୁ ପଡିବ।

ଅଳକା ଅନୁଙ୍କୁ ମନା କରି ଦେଇ ଥିଲେ, କିନ୍ତୁ ଅନୁ ତାଙ୍କ ଘରକୁ ଆସି ଧାରଣାରେ ବସି ପଡ଼ିଲେ। ସେ କହିଲେ, ତୁମକୁ ଆସିବାକୁ ହେବ ରେକର୍ଡିଂ ପାଇଁ। ଯଦି ତୁମେ ନଆସ, ମୁଁ କରିବି ନାହିଁ। ଅନୁ ପୁଣି ଅଳକାଙ୍କ ହାତ ଧରି ତାଙ୍କୁ ଷ୍ଟୁଡିଓକୁ ନେଇ ଗଲେ।

ଅଳଳାଙ୍କ ବିଷୟରେ ଯଦି କହିବା ତ ସେ ଛଅ ବର୍ଷ ବୟସରେ ଅଲ ଇଣ୍ଡିଆ ରେଡିଓରେ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ୧୯୮୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ "ପାୟଲ କି ଝଙ୍କାର" ରୁ ତାଙ୍କ ଜର୍ଣ୍ଣି ଆରମ୍ଭ କରିଥିଲେ। ଏହା ପରେ ସେ "ଲାୱାରିସ୍" ରେ ଗୀତ ଗାଇଥିଲେ । ଅଳକା ତାଙ୍କ କ୍ୟାରିଅରରେ ଚାରି ଦଶନ୍ଧି ଧରି ଗୀତ ଗାଇଛନ୍ତି, ସେ ନିଜ କ୍ୟାରିୟରରେ ୭ଟି ଫିଲ୍ମଫେୟାର ପୁରସ୍କାର, ଦୁଇଟି ବଙ୍ଗଳା ଫିଲ୍ମ ଜର୍ଣ୍ଣାଲିଷ୍ଟ ଓ ଦୁଇଟି ଜାତୀୟ ପୁରସ୍କାର ଜିତିଛନ୍ତି।

ଏହା ବ୍ୟତୀତ ଅଲକାଙ୍କ ନାମରେ ଗିନିଜ ୱାର୍ଲ୍ଡ ରେକର୍ଡ ମଧ୍ୟ ଅଛି। ଅଳକାଙ୍କ ନାଁ ୨୦୨୨ରେ ମୋଷ୍ଟ ଷ୍ଟ୍ରିମ୍ ଆର୍ଟିଷ୍ଟ ଅନ୍ ୟୁଟ୍ୟୁବ୍‌ର ୱାର୍ଲ୍ଡ ରେକର୍ଡ ୧୫.୩ ବିଲିୟନ ଷ୍ଟ୍ରିମ୍ସ ସହ ରହିଛି। ସେ ଟେଲର ସ୍ୱିଫ୍ଟ ଏବଂ BTS ଭଳି ପପ୍ ଷ୍ଟାରଙ୍କୁ ମଧ୍ୟ ପଛରେ ପକାଇ ଦେଇ ଥିଲେ।

ଅଲକା କୁମାର ସାନୁ ଏବଂ ଉଦିତ ନାରାୟଣଙ୍କ ସହିତ ସବୁଠୁ ଅଧିକ ଗୀତ ଗାଇଛନ୍ତି। କୁମାର ସାନୁ ଏବଂ ଉଦିତ ନାରାୟଣ ମଧ୍ୟ ଅଳକାଙ୍କ ଭଲ ବନ୍ଧୁ । ଯେତେବେଳେ ତିନିଜଣ ଏକାଠି ହୁଅନ୍ତି, ସେମାନେ ବହୁତ ମଜା କରନ୍ତି।

ଅଳକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ବ୍ୟବସାୟୀ ନୀରଜ କପୁରଙ୍କୁ ବିବାହ କରିଥିଲେ। ଯଦିଓ ଅଳକା ଏବଂ ନୀରଜ ବିବାହିତ ଥିଲେ, ସେମାନେ କିନ୍ତୁ ୨୮ ବର୍ଷ ପର୍ଯ୍ୟନ୍ତ ଲଙ୍ଗ୍ ଡିଷ୍ଟାନ୍ସ ମ୍ୟାରେଜରେ ରହି ଥିଲେ। ନୀରଜଙ୍କର ଶିଲଂରେ ଏକ ବ୍ୟବସାୟ ଥିଲା ଏବଂ ଅଳକାଙ୍କ କ୍ୟାରିଅର ମୁମ୍ବାଇରେ ଥିଲା, ତେଣୁ ସେମାନଙ୍କୁ ଭିନ୍ନ ଭିନ୍ନ ସହରରେ ରହିବାକୁ ପଡିଲା। ଅଳକାଙ୍କର ଗୋଟିଏ ଝିଅ, ଯାହାଙ୍କ ନାଁ ଶାୟଶା କପୁର। ସେ ପେଶାରେ ଜଣେ ଉଦ୍ୟୋଗୀ।