ଅନୁଗୋଳ,୧୨/୦୭; ପ୍ରେମ ମାମଲାକୁ ନେଇ ଗଡ଼ିଲା ମୁଣ୍ଡ । ଝିଆରୀକୁ ପ୍ରେମ ଦାଦାଙ୍କୁ ହତ୍ୟା । ଅନୁଗୋଳରେ ପ୍ରେମ ବିବାଦକୁ ନେଇ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପ୍ରେମରେ ବାଧା ସୃଷ୍ଟି କରିବାରୁ ହତ୍ୟାକାଣ୍ଡ ଘଟାଇଛି ଯୁବକ । ପ୍ରେମିକାର ଦାଦାଙ୍କୁ ପ୍ରେମ ରାସ୍ତାରେ ଆସିବାକୁ ତାଙ୍କୁ ହତ୍ୟା କରିଛି ପ୍ରେମିକ । ମୃତକ ହେଲେ ହେମନ୍ତ ବେହେରା । ଶରଧାପୁର ଗାଁର ଜଣେ ଯୁବକ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ବାଳୁଅକଟା ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ରାସ୍ତାରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି କେହି କିଛି ବୁଝିପାରୁନାହାନ୍ତି । ସମସ୍ତେ ସ୍ତବ୍ଧ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି । ତଦନ୍ତ ଆରମ୍ଭ ହୋଇଛି ।
ପ୍ରାଥମିକ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ହେମନ୍ତ ତାଳସାହି ଗାଁର ଏକ ସ୍ଥାନୀୟ ଦୋକାନକୁ ଯାଇଥିଲେ । ଏହି ସମୟରେ ହତ୍ୟାକାଣ୍ଡ ଘଟିଛି । ସେ ସେଠାରେ ଥିବା ସମୟରେ ତାଙ୍କୁ ୪ରୁ ୫ଜଣ ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଝିରେ ହତ୍ୟାକାଣ୍ଡ ହୋଇଥିବାରୁ ବାସିନ୍ଦାଙ୍କ ମନରେ ଭୟ ଏବଂ ଉତ୍ତେଜନା ସୃଷ୍ଟି ହୋଇଛି । ହେମନ୍ତଙ୍କ ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ।
ଏହା ବି ପଢନ୍ତୁ...Crime News: ଯୁବତୀଙ୍କୁ ଚାକିରି ଆଶା ଦେଇ ଦୁଷ୍କର୍ମ, ଅପହରଣ କରି ଦଲାଲ୍କୁ ବିକି ଦେଲା ଗଞ୍ଜେଇ ବେପାରୀ ଓ ପ୍ରେମିକା
ଅଭିଯୁକ୍ତ ଜଣଙ୍କ ହେମନ୍ତଙ୍କ ଜଣେ ସଂପର୍କୀୟଙ୍କୁ ପ୍ରେମ କରୁଥିଲା । ହେମନ୍ତ ଏଥିରେ ବାଧା ଦେବାରୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅଭିଯୁକ୍ତ କିଛି ଯୁବକଙ୍କ ସହ ଆସି ହେମନ୍ତଙ୍କୁ ହତ୍ୟା କରି ଚମ୍ପଟ ମାରିଛି । ପୂର୍ବରୁ ଶତ୍ରୁତା ଥିବା ମଧ୍ୟ କୁହାଯାଉଛି । ସଦର ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବକକୁ ଖୋଜୁଛି ପୁଲିସ । ହତ୍ୟା ପଛରେ ପୂର୍ବ ଶତ୍ରୁତାକୁ ସମ୍ଭାବ୍ୟ କାରଣ ଭାବରେ ଯାଞ୍ଚ କରୁଛନ୍ତି।