ଅଭିନନ୍ଦନଙ୍କୁ ପ୍ରତି ଘରେ ସ୍ବାଗତ, ଓ୍ବିଙ୍ଗ କମାଣ୍ଡରଙ୍କ ନାମରେ ଲୋକେ ରଖୁଛନ୍ତି ନବଜାତକ ଶିଶୁଙ୍କ ନାମ

ନୂଆଦିଲ୍ଲୀ,୨।୩: ଶତ୍ରୁ ରାଷ୍ଟ୍ରରେ ନିଜର ଅପୂର୍ବ ସାହାସିକତା ଦେଖାଇ ଭାରତ ଫେରିଆସିଥିବା ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତମାନ ପାକିସ୍ତାନରୁ ସ୍ବଦେଶ ଫେରି ଆସିଛନ୍ତି। ଅଭିନନ୍ଦନଙ୍କ ଫେରିବା ଖୁସିକୁ ସାରା ଦେଶରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଉଚି। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଳୋକ ଅଭିନନ୍ଦନଙ୍କ ନାମର ଖୁବ୍ ଟ୍ରେଣ୍ଡ ଚାଲିଚି। ଏପରିକି ଲୋକମାନେ ନିଜର ନବଜାତକ ଶିଶୁଙ୍କ ନାମ ଅଭିନନ୍ଦନ ରଖିବାରେ ଲାଗିଛନ୍ତି।
#WelcomeHomeAbhinandan
— swati rani? (@swati_raani) March 2, 2019
My brother gave birth to a baby boy today,we have decided to keep his name Abhinandan.
Our Josh is still high.
U tell me how is the name? pic.twitter.com/tox09ycAGa
ଟ୍ବିଟର ସ୍ବାତୀ ରାଣୀ ନାମକ ଜଣେ ମହିଳା ଲେଖିଛନ୍ତି ’ଓ୍ବେଲକମ ହୋମ୍ ଅଭିନନ୍ଦନ’ ଆଜି ମୋ ଘରେ ଏକ ଶିଶୁର ଜନ୍ମ ହୋଇଛି। ତେଣୁ ଆମେ ନିଷ୍ପତ୍ତି ନେଇଛୁ ତା’ର ନାମ ଅଭିନନ୍ଦନ ରଖିବୁ। ଆମର ଯୋଶ ଏବେ ହାଇ ରହିଛି। ଆପଣ କୁହନ୍ତୁ ନାମ କେମିତି ଲାଗିଲା?
The name is fantastic mam.
— avinash patnaik (@starkAVINASH) March 2, 2019
ସେଭଳି ରଫ୍ତି କୋଲମ ନାମ ଜଣେ ମହିଳା ଟ୍ବିଟ୍ କରିଛନ୍ତି ମୋ ଚାଚି(ଖୁଡି)ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଆମେ ତାଙ୍କ ନାମ ଅଭିନନ୍ଦନ ରଖିଛୁ। ତେବେ ଏଭଳି ଟ୍ବିଟ୍ ସଂଖ୍ୟା ବଢିବାରେ ଲାଗିଛି। ଲୋକମାନେ ନିଜର ନବଜାତକ ଶିଶୁଙ୍କ ନାମକୁ ଅଭିନନ୍ଦନ ରଖୁଛନ୍ତି।
Not sure how you guys are related to each other but At least text toh change kardo yaar… ??? pic.twitter.com/KblavcJ01s
— Zoo Bear (@zoo_bear) March 1, 2019
ସେଭଳି ରାଜସ୍ଥାନର ଅଲଓ୍ବର ଜିଲ୍ଲାର ଏକ ପରିବାର ନିଜର ଶିଶୁ ପୁତ୍ରର ନାମ ରଖିଛନ୍ତି ଅଭିନନ୍ଦନ। ଶିଶୁପୁତ୍ରର ମା’ ସ୍ବପ୍ନା ଦେବୀ କହିଛନ୍ତି ଅଭିନନ୍ଦନ ନାମ ଜରିଆରେ ମୁଁ ମୋ ପୁଅକୁ ଆମର ସାହାସୀ ପାଇଲଟଙ୍କ କଥା ମନେପକାଉଥିବି। ମୁଁ ଚାହିଁବି ମୋ ପୁଅ ବଡ ହୋଇ ଅଭିନନ୍ଦନଙ୍କ ଭଳି ସାହାସୀ ସୈନିକ ହେଉ।