ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ

Published By : Rasmita Pradhan | May 7, 2025 11:20 AM

ନୂଆଦିଲ୍ଲୀ, ୦୭/୦୫ : ପାକିସ୍ତାନ ଉପରେ ଅପରେସନ ସିନ୍ଦୁର ପରେ ଏବେ ଭାରତରେ ହାଇ ଆଲର୍ଟ। ପାକିସ୍ତାନର ଜବାବମୂଳକ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଆଲର୍ଟରେ ଗୃହ ମନ୍ତ୍ରାଳୟ। ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ। ବିଏସଏଫ୍, ସିଆରପିଏଫ୍, ଆଇଟିବିପି, ଏସଏସବି ଏବଂ ସିଆଇଏସଏଫ୍‌ ଭଳି ପ୍ରମୁଖ ଅର୍ଦ୍ଧ ସାମରିକ ବାହିନୀ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବଢା ଯାଇଛି। ଇଣ୍ଟେଲିଜେନ୍ସ ଇନପୁଟ ଆଧାରରେ ହାଇ ଆଲର୍ଟ ଜାରି କରାଯାଇଛି। 

ଭାରତ ଆକ୍ସନରେ ପାକିସ୍ତାନ ବିଳିବିଳୋଉଛି। ତେଣୁ ଜାମ୍ମୁ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନ ସୀମାରେ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି। ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣର ଜବାବ ଦେବାକୁ ସମସ୍ତ ପ୍ରକାରର ଜବାବ ଦେବାକୁ ଭାରତ ତୟାର ରହିଛି। ବିଶେଷ କରି ରେଳ ଷ୍ଟେସନ, ମେଟ୍ରୋ, ଏୟାରପୋର୍ଟ ଏବଂ ସମ୍ଵେଦନଶୀଳ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ଏଜେନ୍ସି ଏବଂ ସମସ୍ତ ରାଜ୍ୟର ପୋଲିସଙ୍କୁ ସଜାଗ ରହିବାକୁ କୁହାଯାଇଛି। ସମସ୍ତ ପ୍ରକାର ଗତିବିଧି ଉପରେ ନଜର ରହିଛି। 

ସୂଚନା ଥାଉକି, ପଲଗାମ୍ ଆଟାକ୍‌ର ପ୍ରତିଶୋଧ ଭାରତ ନେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାର ୯ ଆତଙ୍କୀ ଠିକଣାରେ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଆତଙ୍କୀ ଶିବିର ଛାରଖାର୍ ହୋଇଯାଇଛି। ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଏବାର ଟ୍ରେନିଂ କ୍ୟାମ୍ପ ଧ୍ଵସ୍ତ ହୋଇଯାଇଛି। ୯୦ ରୁ ଉର୍ଦ୍ଧ୍ଵ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। 

ଏହି ଖବରଟିକୁ ପଢନ୍ତୁ-  Operation Sindoor: ସେନାବାହିନୀ ପାଇଁ ଗର୍ବିତ କହିଲେ ରାହୁଲ... 'ଏକତାର ସମୟ' କହିଲା କଂଗ୍ରେସ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.