ନୂଆଦିଲ୍ଲୀ,୧୭/୦୫: ବିଶ୍ୱ ଜାଣିବ ଅପରସେନ 'ସିନ୍ଦୂର'ର ଶକ୍ତି, ସାମର୍ଥ୍ୟ । ଖୋଲିବ ପାକିସ୍ତାନ ପୋଲ୍ । ସ୍ପେଶାଲ-୭ ସ୍କ୍ୱାଡ ଗଠନ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି  । ବିଦେଶ ଯିବ ଏହି ଟିମ୍ । ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା । କଂଗ୍ରେସର ଶଶି ଥରୁରଙ୍କୁ ଗୁରୁ ଦାୟିତ୍ୱ ମିଳିଛି ।

ସର୍ବଦଳୀୟ ପ୍ରତିନିଧି ଦଳରେ କଂଗ୍ରେସର ଶଶି ଥରୁର, ବିଜେପିର ବୈଜୟନ୍ତ ପଣ୍ଡା ଓ ରବିଶଙ୍କର ପ୍ରସାଦ ନେତୃତ୍ୱ ନେବେ । ସେହିପରି ଡିଏମ୍‌କେର କାନିମୋଝୀ କରୁଣାନିଧି ଓ ଏନ୍‌ସିପିର ସୁପ୍ରିୟା ସୁଲେ ରହିଛନ୍ତି । ଶିବସେନାର ଶିକାନ୍ତ ଏକନାଥ ସିନ୍ଦେ ଟିମ୍‌ର ନେତୃତ୍ୱ ନେବେ ।ଆତଙ୍କବାଦ ବିରୋଧରେ ଭାରତର ଲଢେଇ ଜାରି ରହିଛି । 

ଅପରେସନ୍ ସିନ୍ଦୂର ପରେ ଭାରତ ପକ୍ଷରୁ ୭ ଜଣିଆ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଚଳିତ ମାସ ଶେଷ ଆଡ଼କୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ସଦସ୍ୟ ରାଷ୍ଟ୍ର ସହିତ ପ୍ରମୁଖ ଦେଶ ଗସ୍ତ କରିବେ । ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଦୁନିଆ ଆଗରେ ରଖିବେ । ଏହି ଟମ୍‌ରେ ଅଲଗା ଅଲଗା ରାଜନୈତିକ ଦଳର ସାଂସଦ ମାନେ ସାମିଲ ହୋଇଛନ୍ତି । ପ୍ରତି ଟିମ୍‌ରେ ସାଂସଦ, ରାଜନୈତିକ ବ୍ୟକ୍ତିତ୍ୱ ଓ କୂଟନୀତିଜ୍ଞ ରହିବେ ।

ଅଧିକ ପଢନ୍ତୁ...ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ

ଭାରତ ସରକାରଙ୍କ ଗଠିତ ଏହି ସର୍ବଦଳୀୟ ଟିମ୍‌ ପାକିସ୍ତାନ ମୁଖା ଖୋଲିବେ । ପାକିସ୍ତାନ କିପରି ଆତଙ୍କୀବାଦକୁ ପାଳୁଛି ସେ ନେଇ ଦୁନିଆକୁ କହିବେ । ଭାରତ ପାଖରେ ପ୍ରମାଣ ଅଛି । ପାକିସ୍ତାନ ପୋଷୁଥିବା ଆତଙ୍କବାଦକୁ ଶେଷ କରିବାକୁ  ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ଏଥିରେ ପାକିସ୍ତାନ ଓ ପିଓକେ ସମେତ ୯ ଆତଙ୍କୀ ଆଡ୍ଡାକୁ ଛାରଖାର କରିଥିଲେ ଭାରତୀୟ ସେନା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିଲେ ।