ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଅଜବ ଚିକିତ୍ସା; ୪ବର୍ଷର ଶିଶୁକୁ ଦେଲେ କୁକୁର କାମୁଡା ଇଞ୍ଜେକସନ୍ !

Published By : Harapriya Sethi | July 31, 2025 2:59 PM

ବଣାଇ, ୩୧/୦୭: ଭଗବାନ ଭରସାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ । ୪ ବର୍ଷର ଶିଶୁକୁ ଭୁଲରେ ଦେଇଦେଲେ କୁକୁର କାମୁଡା ଇଞ୍ଜେକସନ୍ । ସାଧାରଣ କୁଣ୍ଡେଇ ହେବାରୁ ଶିଶୁ କନ୍ୟାକୁ ପରିବାର ଲୋକ ହସ୍ପିଟାଲକୁ ନେଇ ଥିଲେ । ହେଲେ ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି । 

ସୂଚନା ମୁତାବକ, ଗତ ୨୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚିନ୍ମୟୀ ଜେନାଙ୍କ ୪ ବର୍ଷର ଶିଶୁ କନ୍ୟା ଉପରେ କୌଣସି ଏକ ପୋକ ଚଢ଼ିଯାଇଥିଲା । ଫଳରେ ଶିଶୁଟିର ଶରୀରରେ ଭୀଷଣ କୁଣ୍ଡେଇ ହୋଇଥିଲା । ପରିବାର ଲୋକ ତୁରନ୍ତ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ଲିକୁନ ମହାପାତ୍ର ଶିଶୁକୁ କୁକୁର କାମୁଡା ଇଞ୍ଜେକସନ୍ ଦେଇଦେଲେ । ଏହି ଘଟଣାକୁ ନେଇ ପରିବାର ଲୋକ ଅଭିଯୋଗ କରିବା ପରେ ବୁଧବାର ଚିନ୍ମୟୀଙ୍କୁ ଡାକି ସମ୍ପୃକ୍ତ ଡାକ୍ତର କ୍ଷମା ମାଗିଥିଲେ । ଏହା ସହିତ ପ୍ରେସକ୍ରିପସନ ଚିରି ଦେଇ ଅନ୍ୟ ଏକ ପ୍ରେସକ୍ରିପସନ ଦେଇଥିଲେ  । ଅନ୍ୟପଟେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍ ନଥିବାରୁ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.