ଭୁବନେଶ୍ବର,୨୮/୧୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଲାଗି ମୋଟ୍ ୫୭୬କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଜଙ୍ଗଲ ଓ ପରିବେଶ

- ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ୨୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

- ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮୦କୋଟି ଟଙ୍କା ଏବଂ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

- ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପଦକ୍ଷେପ ପାଇଁ ୨୫କୋଟି ଟଙ୍କା ଏବଂ ହାତୀ ଚଲାପଥ ପରିଚାଳନା ପାଇଁ ୨୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

- ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ପ୍ରକଳ୍ପ ପାଇଁ ୩୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

- ସବୁଜ ମହାନଦୀ ମିଶନ ପାଇଁ ୨୯କୋଟି ଟଙ୍କା ଏବଂ ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ ୧୨କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

- ଆଞ୍ଚଳିକ ଉଭିଦ ସମ୍ପଦ କେନ୍ଦ୍ର ଏବଂ ଜୈବ ବିବିଧତା ବୋର୍ଡ଼ ପାଇଁ ୨୦କୋଟି ଟଙ୍କା ପ୍ରଦାନ କରାଯାଇଛି ।

- କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନା ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ ସଂରକ୍ଷଣ ପାଇଁ ୭ କୋଟି ଟଙ୍କା ଏବଂ ଜାତୀୟ ବାଉଁଶ ମିଶନ ଅଧୀନରେ ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।