- ଭେନେଜୁଏଲାରେ ଆମେରିକୀୟ ହମଲାକୁ ଇରାନ ଓ ରୁଷର ନିନ୍ଦା
- ଶନିବାର ସକାଳେ କାରାବାସରେ ଆମେରିକା କରିଥିଲା ଆକ୍ରମଣ
- ଖୁବ୍ ଜୋରରେ ବିସ୍ଫୋରଣ ଓ ବିମାନର ଶୁଣାଯାଉ ଥିଲା ଶବ୍ଦ
ନୂଆଦିଲ୍ଲୀ : ଭେନେଜୁଏଲାର ରାଜଧାନୀ କାରାବାସରେ ଆମେରିକା ଶନିବାର ସକାଳେ ଆକ୍ରମଣ କରି ଥିଲା। ଏଥିରେ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆମେରିକୀୟ ସେନା ଧରି ନେଇ ଥିଲା। ଇରାନ ଓ ରୁଷ୍ ଆମେରିକାର ଏହି ଆକ୍ରମଣକୁ ନେଇ ଆକ୍ରମଣର କଡ଼ା ନିନ୍ଦା କରିଛି। ଇରାନ ଏହି ହମଲାକୁ ନେଇ ରାଷ୍ଟ୍ରୀୟ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାର ଖୋଲା ଉଲ୍ଲଙ୍ଘନ ଭାବେ କହିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରୁ ବେଆଇନ ହମଲାକୁ ରୋକିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ଏବଂ ଦୋଷୀଙ୍କୁ ଉତ୍ତରଦାୟୀ କରିବାକୁ ଅପିଲ କରିଛି।
ରୁଷ୍ ମଧ୍ୟ ଶନିବାର ଭେନେଜୁଏଲାରେ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନର ନିନ୍ଦା କରି କହିଛନ୍ତି ଯେ, ଆକ୍ରମଣର କୌଣସି ପ୍ରମୁଖ କାରଣ ନଥିଲା ଏବଂ ଆଦର୍ଶଗତ ଶତ୍ରୁତା କୂଟନୀତି ଉପରେ ପ୍ରଭାବ ପକାଇଛି। ରୁଷୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଥିଲା – ଆଜି ସକାଳେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଭେନେଜୁଏଲା ବିରୋଧରେ ସଶସ୍ତ୍ର ହମଲା କରିଥିଲା। ଏହା ଖୁବ୍ ଚିନ୍ତାଜନକ ଓ ନିନ୍ଦନୀୟ। ଏଥିରେ ଆହୁରି କୁହାଯାଇଛି , ଆଦର୍ଶଗତ ଶତ୍ରୁ ବ୍ୟବହାରିକ ଚିନ୍ତାଧାରା ଉପରେ ଭାରି ହୋଇ ଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ଭେନେଜୁଏଲା ଏୟାରଷ୍ଟ୍ରାଇକ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଦାବି; 'ଆମେରିକାର ହେପାଜତରେ ଅଛନ୍ତି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀ’
ଏହା ପୂର୍ବରୁ ଭେନେଜୁଏଲାର ରାଜଧାନୀ କାରାବାସରେ ଶନିବାର ସକାଳେ ଅନେକ ଜୋରଦାର ଧମାକା ଓ ବିମାନ ଗୁଡ଼ିକର ଉଡ଼ାଣ ଭରିବାର ଶବ୍ଦ ଶୁଣା ଯାଇଛି। ଏଥିରେ ନିବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସିଙ୍କ ଅନୁସାରେ ,କାରାବାସର ଅନେକ ଭାଗରେ ଲୋକେ ଶକ୍ତିଶାଳୀ ଧମାକା ଓ ଏହାପରେ କମ୍ ଉଚ୍ଚତାରେ ଉଡ଼ିଥିବା ବିମାନର ଶବ୍ଦରେ ଉଠିପଡ଼ି ଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ସେ ଆକାଶରେ ଚମକ ଓ ସହରର କିଛି ଅଞ୍ଚଳରେ , ବଶେଷକରି ରଣନୀତିକ ଓ ସେନା ଠିକଣା ନିକଟରୁ ଧୁଆଁ ଉଠିବାର ଦେଖିବାକୁ ମିଳିଥିଲା। ରିପୋର୍ଟ ମୁତାବିକ , ଧମାକାର ଶବ୍ଦ ଶୁଣି ଅନେକ ଲୋକେ ଡ଼ରରେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ବିସ୍ଫୋରଣ ପରେ କିଛି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବାର ଖବର ଅଛି। ସୁରକ୍ଷା ବାହିନୀ ପ୍ରଭାବିତ ଅଞ୍ଚଳର ନିରୀକ୍ଷଣ କରୁଛନ୍ତି , ସେଠାରେ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଭେନେଜୁଏଲା ସରକାର ଏହି ସବୁ ହମଲାର କଡ଼ା ନିନ୍ଦା କରିଛନ୍ତି। କାରାବାସ ଓ ଅନ୍ୟ ସ୍ଥାନରେ ଧମାକାର ଖବର ପରେ ସରକାର ଏହାକୁ ଦେଶର ଅନେକ ସ୍ଥାନରେ ଆମେରିକା ଦ୍ୱାରା କରାଯାଇ ଥିବା ବହୁତ ହିଁ ଗୁରୁତର ସାମରିକ ହମଲା ଦର୍ଶାଇଛି।