ନୂଆଦିଲ୍ଲୀ,୨୮/୦୯: ଆମେରିକାର ନର୍ଥ କ୍ୟାରୋଲିନରେ ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ଆକ୍ରମଣକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ଆମେରିକାର ସାଉଥପୋର୍ଟ ୟାଚ୍ ବେସିନ୍ ଅଞ୍ଚଳରେ ଅବସ୍ଥିତ ଆମେରିକୀୟ ଫିସ୍ କମ୍ପାନୀ ରେଷ୍ଟୁରାଣ୍ଟ ଏବଂ ପବ୍ରେ ଘଟିଛି।
ତେବେ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୁଲିସ କହିଛି ଯେ ଗୁଳିକାଣ୍ଡରେ ୭ଜଣ ଲୋକଙ୍କୁ ଗୁଳି ବାଜି ଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାକି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ବିଷୟରେ କୌଣସି ସୂଚନା ନାହିଁ। ଏନେଇ ସାଉଥପୋର୍ଟ ସିଟି ମ୍ୟାନେଜର ନୋଆ ସାଲଡୋ କହିଛନ୍ତି ଯେ, ଡଙ୍ଗାଟି ରେଷ୍ଟୁରାଣ୍ଟ ପାଖକୁ ଆସି ଭିଡ଼ ଉପରେ ଗୁଳି ଚଳାଇଥିଲା। ତା'ପରେ ସେହି ସ୍ଥାନରୁ ଚାଲିଯାଇଥିଲା ।