PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଶାହ ବିଜେପି ଅଧ୍ୟକ୍ଷ ପଦରେ ରହିପାରନ୍ତି!

BJP National President Amit Shah during 2nd day special convention on September 12,2017 in Kolkata,India. (Photo by Debajyoti Chakraborty/NurPhoto via Getty Images)

ନୂଆଦିଲ୍ଲୀ,୧୧ ।୬(ଏଜେନ୍ସି): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ବର୍ତ୍ତମାନ ପାଇଁ ଅମିତ ଶାହ ରହିପାରନ୍ତି । ଉଭୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ସେ ୧୧ କୋଟି ସଦସ୍ୟ ଥିବା ବିଜେପିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ଆଗକୁ ହରିଆନା, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏବେ ଦଳର ଅଧ୍ୟକ୍ଷ ପଦକୁ ନେଇ ବିଜେପି କୌଣସି ରିସ୍କ ଉଠାଇବାକୁ ଚାହୁଁନାହିଁଁ । ତା’ଛଡା ଶାହ ଉଭୟ ଦଳର ଅଧ୍ୟକ୍ଷ ଓ ମନ୍ତ୍ରୀ ରହିଲେ ମଧ୍ୟ ଏ କ୍ଷେତ୍ରରେ ଦଳୀୟ ଆଇନ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ।
ଶାହ ଅଧ୍ୟକ୍ଷ ହେବା ପରେ ସଙ୍ଗଠନକୁ ମଜଭୁତ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିଥିଲେ । ଫଳରେ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି କ୍ଷମତା ଦଖଲ କରିବାରେ ସକ୍ଷମ ହୋଇଥିଲା । ତେବେ ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କ ପାଖରେ ଯାହା ସୂଚନା ଅଛି ସେହି ଅନୁସାରେ ଶାହ ବର୍ତ୍ତମାନ ପାଇଁ ଅଧ୍ୟକ୍ଷ ପଦରେ ରହିବେ । ସେହିଭଳି ଅନ୍ୟ ଜଣେ ନେତାଙ୍କ କହିବାନୁଯାୟୀ ଶାହଙ୍କ ବିକଳ୍ପ କେହି ନାହାନ୍ତି । ବିଜେପି ହେଉଛି କ୍ୟାଡର ଭିତ୍ତିକ ଦଳ । ଦଳରେ ନେତାଙ୍କ ଅଭାବ ନାହିଁ । କିନ୍ତୁ ସଙ୍ଗଠନ ଚଳାଇବା ଭଳି ନେତାଙ୍କର ଅଭାବ ରହିଛି ।

ବିଜେପିରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ କଥା କୁହାଯାଉଛି । କିନ୍ତୁ ୨୦୧୨ ସେପ୍ଟେମ୍ବରରେ ଦଳର ସମ୍ବିଧାନ ସଂଶୋଧନ ପରେ ଏକଥା ଉଲ୍ଲେଖ ନାହିଁ । ବିଜେପି ୱେବସାଇଟ୍‌ରେ ଥିବା ୪୬ ପୃଷ୍ଠାର ସମ୍ବିଧାନରେ ଅଧ୍ୟକ୍ଷ ପଦଠାରୁ ଆରମ୍ଭ କରି ସ୍ଥାନୀୟ ପଦାଧିକାରୀଙ୍କ ନିଯୁକ୍ତି ପର୍ଯ୍ୟନ୍ତ ବିଭିନ୍ନ ନୀତିନିୟମ ଧାର୍ଯ୍ୟ କରାଯାଇଛି । କିନ୍ତୁ ଅଧ୍ୟକ୍ଷ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ନୀତି ନିୟମରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ କଥା ଉଲ୍ଲେଖ ନାହିଁ । ୨୦୧୪ରେ ମୋଦି କ୍ୟାବିନେଟରେ ରାଜନାଥ ସିଂହ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ସାମିଲ ହେବା ପରେ ବିଜେପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଶାହ ଦଳର ଅଧ୍ୟକ୍ଷ ନିଯୁକ୍ତ ହୋଇ ତାଙ୍କର ଅବଶିଷ୍ଟ ୨ ବର୍ଷର କାର୍ଯ୍ୟକାଳକୁ ପୁରା କରିଥିଲେ । ଏହା ପରେ ୨୦୧୬ରେ ସେ ୩ ବର୍ଷ ପାଇଁ ଅଧ୍ୟକ୍ଷ ହେଲେ । ଚଳିତବର୍ଷ ଜାନୁଆରୀ ୧୧-୧୨ରେ ଅନୁଷ୍ଠିତ ଦଳର ରାଷ୍ଟ୍ରୀୟ ପରିଷଦ ବୈଠକରେ ଶାହଙ୍କ କାର୍ଯ୍ୟକାଳକୁ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ବିଜେପିର ବର୍ତ୍ତମାନ ପ୍ରଚଳିତ ସମ୍ବିଧାନ ଅନୁସାରେ ଜଣେ ଅଧ୍ୟକ୍ଷ ୩ ବର୍ଷ ଲେଖାଏଁଁ ଲଗାତାର ଭାବେ ଦୁଇଥର ପଦବୀରେ ରହିପାରିବେ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଶାହ ୨୦୨୨ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହିପାରନ୍ତି ।

ସମ୍ବନ୍ଧିତ ଖବର