ନୂଆଦିଲ୍ଳୀ,୨୮।୫: ଭାରତ-ବାଂଲାଦେଶ ସୀମାରେ ପୋଷ୍ଟ ନିର୍ମାଣ ଏବଂ କଣ୍ଟା ତାର ବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ (BSF)କୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ପଶ୍ଚିମବଙ୍ଗରେ ନବଗଠିତ ବିଜେପି ସରକାର ବାଂଲାଦେଶ ସୀମାରେ ତାରବାଡ଼ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସାତ ଦିନ ମଧ୍ୟରେ ବିଏସଏଫକୁ ୬୦୦ ହେକ୍ଟର ଜମି ହସ୍ତାନ୍ତର କରିଛି।
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ରାଜ୍ୟର ସୀମାରେ ବାଡ଼ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛି। ସେ କହିଛନ୍ତି, ‘ଆମେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲୁ ଯେ ଯଦି ଆପଣ ଆମକୁ କ୍ଷମତା ଦିଅନ୍ତି, ତେବେ ଆମେ କିଛି ଦିନ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଦେବା ଆରମ୍ଭ କରିବୁ।’ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ରାଜ୍ୟର ସୀମାରେ ବାଡ଼ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ସେ ପୂରଣ କରିଛି। ଆମେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲୁ ଯେ ଯଦି ଆପଣ ଆମକୁ କ୍ଷମତା ଦିଅନ୍ତି, ତେବେ ଆମେ କିଛି ଦିନ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଦେବା ଆରମ୍ଭ କରିବୁ।’ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇ ଶାହ କହିଛନ୍ତି ‘ମାତ୍ର ସାତ ଦିନ ମଧ୍ୟରେ ୬୦୦ ହେକ୍ଟର ଜମି ବିଏସଫ୍କୁ ହସ୍ତାନ୍ତର କରିବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି।’
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପଦକ୍ଷେପକୁ ବିଜେପିର ବ୍ୟାପକ ଜାତୀୟ ସୁରକ୍ଷା ଏଜେଣ୍ଡା ସହିତ ଯୋଡ଼ିଛନ୍ତି ଏବଂ ଦାବି କରିଛନ୍ତି ଯେ ବଙ୍ଗଳାରେ ସରକାର ପରିବର୍ତ୍ତନ ପରେ ବାଂଲାଦେଶ ସୀମା ଦେଇ ଅନୁପ୍ରବେଶ ହ୍ରାସ ପାଇଛି। ପୂର୍ବରୁ, ମମତା ବାନାର୍ଜୀଙ୍କ ଶାସନ ସମୟରେ, ପ୍ରତିଦିନ ଅନୁପ୍ରବେଶ ହେଉଥିଲା, କିନ୍ତୁ ବର୍ତ୍ତମାନ ଅନୁପ୍ରବେଶକାରୀମାନେ ନିଜେ ଫେରିବା ଆରମ୍ଭ କରିଛନ୍ତି। ମୁଁ ଅନୁପ୍ରବେଶକାରୀମାନଙ୍କୁ କହିବାକୁ ଚାହୁଁଛି ସମୟ ଥାଉ ଥାଉ ନିଜ ଦେଶକୁ ଫେରି ଯାଅ।’
ଶାହ କହିଛନ୍ତି, ‘ଆଜି ବିଜେପି ଦେଶର ଭୌଗୋଳିକ କ୍ଷେତ୍ରର ୮୦ ପ୍ରତିଶତ ଉପରେ ଶାସନ କରୁଛି। ନିକଟରେ ବଙ୍ଗଳାରେ ନିର୍ବାଚନ ହୋଇଥିଲା, ଯେଉଁଠାରେ ଦିଦିଙ୍କ ସରକାର ସମ୍ପୂର୍ଣ୍ଣ ମୂଳପୋଛ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଏହା ମଧ୍ୟ କହିଥିଲେ ଯେ ବିଜେପିର ‘ଗେରୁଆ ପତାକା’ ଏବେ ଉତ୍ତରାଖଣ୍ଡରୁ ଗଙ୍ଗାସାଗର ପର୍ଯ୍ୟନ୍ତ ସମଗ୍ର ଗଙ୍ଗା ଅଞ୍ଚଳରେ ଉଡୁଛି। ଗାନ୍ଧୀନଗର ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ ଏହା କହିଛନ୍ତି।