ମୁମ୍ବାଇ,୧୯\୭ : ନିତେଶ ତିୱାରୀଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର "ରାମାୟଣ: ପାର୍ଟ-୧ " ର ଗ୍ରାଣ୍ଡ ଟ୍ରେଲର ଲଞ୍ଚ ହୋଇଛି। ଏହାର କାର୍ଯ୍ୟକ୍ରମ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।  କାର୍ଯ୍ୟକ୍ରମରେ "ରାମାୟଣ"ର ସମସ୍ତ କଳାକାର ଉପସ୍ଥିତ ଥିଲେ । ସିନେମାରେ ମାତା ସୀତା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଅଭିନୟ ଓ ନିଷ୍ଠା ପାଇଁ ତାଙ୍କୁ ନିର୍ଦ୍ଦେଶକ ପ୍ରଂଶସା କରିଥିଲେ । 

ଯେତେବେଳେ ସାଇଙ୍କୁ ପଚରାଗଲା ଯେ "ରାମାୟଣ"ରେ ସୀତା ଭୂମିକାରେ ଅଭିନୟ କରିବା କିପରି ଥିଲା ?  ସେ କହିଥିଲେ, 'ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ଭୂମିକା ଭାଗ୍ୟ , କାରଣ ଦେବୀଙ୍କ ଭୂମିକାରେ ଅଭିନୟ କରିବା ଏତେ ସହଜ ନୁହେଁ । ଏଥିପାଇଁ ଏପରି ଏକ ଟିମ୍ ଆବଶ୍ୟକ ଯାହା ଏହାକୁ ସର୍ବୋତ୍ତମ କରିବା ପାଇଁ ନିଜର ସର୍ବସ୍ୱ ଦେଇପାରେ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁନାହିଁ ଯେ ମୁଁ ସୀତା ଭୂମିକାରେ ଅଭିନୟ କରିବାକୁ ବାଛିଛି । ଏହି ଭୂମିକାରେ ଅଭିନୟ କରିବା ମୋର ସୌଭାଗ୍ୟ । ମୁଁ ଧ୍ୟାନରେ ବସି ଯାଏ, ଆଉ କୁହେ ହେ ସୀତା ମା, ଦୟାକରି ମୋ ମାଧ୍ୟମରେ କାମ କରାନ୍ତୁ । ମୋ ମାଧ୍ୟମରେ ଯାହା ଘଟେ, ତାହା ଫିଲ୍ମ ପାଇଁ ଆପଣଙ୍କ ଇଚ୍ଛା ଅନୁସାରେ ହେବା ଉଚିତ ।'

ସେ ଆହୁରି ବି କହିଛନ୍ତି ଯେ ,ସୀତା ଭୂମିକାରେ ଅଭିନୟ କରିବା ସମୟରେ ମୁଁ ନିଜକୁ "ଶୁଦ୍ଧ" ରଖୁଥିଲି । ସବୁବେଳେ ନିଜକୁ ଯଥାସମ୍ଭବ ପବିତ୍ର ରଖିବାକୁ ଚେଷ୍ଟା କରିଥିଲି, ଅତି କମରେ ମୋର ଚିନ୍ତାଧାରା, ଯାହା ନିଶ୍ଚିତ ନିରପେକ୍ଷ । ଯାହା ଦ୍ଵାରା ମୁଁ ମୋର ଶ୍ରେଷ୍ଠ ଅଭିନୟ କରିପାରିବି । 

"ରାମାୟଣ" ହେଉଛି ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏବଂ ନମିତ ମଲହୋତ୍ରାଙ୍କ ପ୍ରଯୋଜିତ ଏକ ଦୁଇ ଭାଗ ବିଶିଷ୍ଟ ଚଳଚ୍ଚିତ୍ର। ଏଥିରେ ରାମ ଭୂମିକାରେ ରଣବୀର କପୁର, ସୀତା ଭୂମିକାରେ ସାଇ ପଲ୍ଲବୀ, ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଏବଂ ରାବଣ ଭୂମିକାରେ ୟଶ୍ ଅଭିନୟ କରିଛନ୍ତି । ସନି ଦେଓଲ, କାଜଲ ଅଗ୍ରୱାଲ, ବିବେକ ଓବେରୟ  ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଥମ ଭାଗ ୨୦୬ ଦୀପାବଳିରେ ମୁକ୍ତିଲାଭ କରିବ ।  ଏହାର ଦ୍ୱିତୀୟ ଭାଗ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଫିଲ୍ମର  ବିଶ୍ୱବ୍ୟାପୀ ପ୍ରିମିୟର ୨୪ ଜୁଲାଇରେ ହେବ ।