ମୁମ୍ୱାଇ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଜୀବନର ଏକ ଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଏହି ଅଭିନେତା ପ୍ରାୟ ୫୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇ ରହିଛନ୍ତି , ଆଉ ଆଜି ବି ଅକ୍ଲାନ୍ତ ପରିଶ୍ରମ କରି ଚାଲିଛନ୍ତି। ୮୩ ବର୍ଷ ବୟସରେ ମଧ୍ୟ ଅମିତାଭ ବଚ୍ଚନ କାମ କରିବା ଓ ଶିଖିବା ଜାରି ରଖିଛନ୍ତି। ସେ ଏହି ବୟସରେ ମଧ୍ୟ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଛନ୍ତି। ନୂଆ ପ୍ରୋଜେକ୍ଟ ଏବଂ ଫିଲ୍ମରେ ସାମିଲ ହେବାକୁ ଚାହୁଁଛନ୍ତି। ଏବେ ଏହି ବରିଷ୍ଠ ଅଭିନେତା ଏକ ନୂଆ ବ୍ଲଗ୍ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଜୀବନରେ ଶିଖିବା ଜାରି ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତା ବିଷୟରେ କହିଛନ୍ତି।
ଯେପର୍ଯ୍ୟନ୍ତ ତୁମେ ବଞ୍ଚିଛ ସେପର୍ଯ୍ୟନ୍ତ ଶିଖିବା ଉଚିତ -
Tumblrରେ ନୂଆ ବ୍ଲଗ୍ ସେୟାର କରି ଅମିତାଭ ବଚ୍ଚନ ଅଭିବୃଦ୍ଧି ଓ ବିଭିନ୍ନ ବିଷୟରେ ଶିଖିବା ନେଇ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଜୀବନ ଅଛି ଶିଖିବା ଜାରି ରଖିବା ଉଚିତ୍। ନିଜ ଜୀବନର ସମସ୍ୟା , ଉପଲବ୍ଧତା, ପ୍ରତି ଜିନିଷ ବିଷୟରେ ଶିକ୍ଷା ଲାଭ କରିବା ଉଚିତ୍। ଏହାକୁ ଚିହ୍ନିବା ଜରୁରି। ଇଚ୍ଛା ,ବିଶ୍ୱାସର ଆବଶ୍ୟକ ଅଛି। ଶେଷରେ କର୍ମ। ଆମ ମଧ୍ୟରୁ ଅନେକ ଏହା ସହିତ ଜଡିତ, ଏବଂ ଏହା ମଧ୍ୟ ଏକ ପ୍ରକାର ଶିକ୍ଷା। ତେଣୁ, ମୁଁ ପ୍ରତିଦିନ ଶିଖୁଛି କାରଣ କୌଣସି ଦିନ ସମାନ ନୁହେଁ। ତେଣୁ, ଆମେ ଯେତେ ଶୀଘ୍ର ମୁକାବିଲା କରିବାକୁ ଶିଖିବା, ସେତେ ଭଲ।
ଅମିତାଭ ଗତ ମାସରେ ଆଉ ଏକ ବ୍ଲଗ୍ ସେୟାର କରିଥିଲେ , ଯେଉଁଥିରେ ସେ କାମ କରିବାର ଇଚ୍ଛା ବିଷୟରେ ଲେଖିଛନ୍ତି। ଅଭିନେତା ଲେଖି ଥିଲେ ଯେ, ଯଦି ସେ ଗୋଟିଏ ଦିନ ମଧ୍ୟ କାମ ନ କରନ୍ତି ତ ତାଙ୍କ ଦିନଚର୍ଯ୍ୟା ବିଗିଡ଼ି ଯାଏ। ପ୍ରତିଦିନ କାମ ନ କରି ପାରିଲେ ବିଚଳିତ ଲାଗେ। ସେ କହିଥିଲେ ଯେ , ଯଦି ଗୋଟିଏ ଦିନ ପାଇଁ ମଧ୍ୟ ଆପଣଙ୍କ କାର୍ଯ୍ୟସୂଚୀ ଅନୁଯାୟୀ କାମ ନ କରନ୍ତି ତ ସମଗ୍ର ପ୍ରକ୍ରିୟା ବିଗିଡ଼ି ଯାଏ। ସେ କାମ ଜାରି ରଖିବାକୁ ଚାହାଁନ୍ତି। ଅମିତାଭ ଏହି ବୟସରେ ମଧ୍ୟ ସକ୍ରିୟ ଅଛନ୍ତି। ସୁଟିଂ ବ୍ୟତୀତ, ସେ ପ୍ରତି ରବିବାର ତାଙ୍କ ପ୍ରଶଂସକଙ୍କୁ ଭେଟନ୍ତି ଏବଂ ସେମାନଙ୍କ ସହିତ ସମୟ ବିତାଇ ଥା’ନ୍ତି। ସୋସିଆଲ ମିଡିଆରେ ସଣ୍ଡେ ଦର୍ଶନର ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ।
ଆହୁରି ମଧ୍ୟ ପଢନ୍ତୁ : ରାହୁଲ ରାୟଙ୍କ ଆର୍ଥିକ ସଙ୍କଟକୁ ନେଇ ଇମୋସନାଲ ପୋଷ୍ଟ ; ଏହି ସେଲିବ୍ରେଟିମାନେ କଲେ ସମର୍ଥନ, କହିଲେ -
ୱାର୍କ୍ ଫ୍ରଣ୍ଟର କଥା ଯଦି କହିବା ତ ଅମିତାଭ ବଚ୍ଚନ ଏହି ବୟସରେ ମଧ୍ୟ କାମ କରୁଛନ୍ତି। ତାଙ୍କୁ ଶେଷ ଥର ପାଇଁ ଦୀପିକା ପାଦୁକୋଣଙ୍କ ସହ ଫିଲ୍ମ ବଲ୍କି ୨୮୯୮ ଏଡିରେ ଦେଖିବାକୁ ମିଳିଥିଲା। ଏବେ ଏହାର ଦ୍ୱିତୀୟ ପାର୍ଟରେ ମଧ୍ୟ ଅଭିନେତା ନଜର ଆସୁଛନ୍ତି। ସେ ଏହି ସାଇନ୍ସ ଫିକ୍ସନ ଫିଲ୍ମରେ ଅଶ୍ୱତ୍ଥମାଙ୍କ ଚରିତ୍ରରେ ଆସିଥିଲେ। ଏବେ ଏହି ଫିଲ୍ମର ସିକ୍ୱେଲର ସୁଟିଂ କରୁଛନ୍ତି।