ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି

Published By : Harapriya Sethi | October 26, 2024 9:59 AM

ସମ୍ବଲପୁର,୨୬/୧୦: ଚୋରବି ଜାଣିଲେଣି କ୍ଷେତରାଜପୁର ଥାନାର ଦୁର୍ବଳତା । ଅପାରଗ ଅଧିକାରୀକୁ ଦୁବର୍ଳ ବ୍ୟବସ୍ଥା ପାଇଁ ଏବେ ଚୋର ଖୋଲା ଧମକ ଦେଉଥିବା କୁହାଯାଉଛି । ଏଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ  ଲାଗିଛି । କ୍ଷେତରାଜପୁର ଥାନା ରେମେଡ ନିକଟ  ଏକ ବ୍ୟବସାୟୀକ ପ୍ରତିଷ୍ଠାନରୁ କିଭଳି ଗାଡି ଚୋରି  କରାଯିବ ସେନେଇ ଭିଡିଓରେ ଦୁର୍ବୃତ୍ତ ଖୋଲା  ଚ୍ୟାଲେଞ୍ଜ କରୁଛନ୍ତି । ହେଲେ ଏହାକୁ ନେଇ ପୁଲିସ୍‌  କୌଣସି ଚୋରି ହୋଇନଥିବା କହିଛି ।   

ସୋସିଆଲ୍‌ ମିଡିଆ ଇନଷ୍ଟାଗ୍ରାମରେ ‘ରୋଶନବ୍ଲଗ୍‌’  ନାମକ ଆକାଉଣ୍ଟ ଥିବା ବ୍ୟକ୍ତି ଏକ ରିଲ୍‌ ତିଆରି  କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି, ଯେଉଁ  ସମୟରେ ତୁମେ ଶୋଇଯାଇଥିବା ସେହି ସମୟରେ  ଆମେ ଗାଡି ଚୋରି କରିନେଉଛୁ । ଆମେ ଏକ ଶୋ  ରୁମ ପାଖକୁ ଆସିଛୁ । ମୋ ପଖରେ ଥିବା ଗାଡିକୁ  ଦେଖନ୍ତୁ । ଏଠାରୁ ପିକଅପ୍‌ ଉଠାଇବାର ଅଛି ।  ମୋର ବନ୍ଧୁଙ୍କୁ ଦେଖନ୍ତୁ ସେ ଏହାର ହିସାବ କରୁଛନ୍ତି,  ଏହାର କେତେ ମୂଲ୍ୟ ହେବ । ପିକ୍‌ଅପ୍‌ର ମୂଲ୍ୟ  ୩ରୁ ୪ ଲକ୍ଷ ଟଙ୍କା ବୋଲି ମଧ୍ୟ କହୁଛନ୍ତି । ଏଭଳି  ଅନେକ ଚୋରି କରିଛୁ । ଏହା ବଦଳରେ ବହୁ ଟଙ୍କା  ରୋଜଗାର କରିଛୁ । ଏବେ ମୋ ବନ୍ଧୁ ଯେଉଁ ଆଇ  ଫୋନ୍‌ଟି କିଣିଛନ୍ତି, ତାହା ଚୋରି ପଇସାରୁ ବୋଲି  ଖୋଲାଖୋଲି ସୋସିଆଲ୍‌ ମିଡିଆରେ କହୁଛନ୍ତି ।  ଯାହାକୁ ନେଇ କ୍ଷେତରାଜପୁର ଥାନାର କାର୍ଯ୍ୟଶୈଳି  ଉପରେ ପ୍ରଶ୍ନ ଉଠିଛି ।   

କେବଳ ଏହା ନୁହେଁ, କିଛି ମାସ ପୂର୍ବରୁ ସେହି  ନୀଲଡୁଙ୍ଗୁରୀରୁ ୨ ଥର ମୋଟା ଅଙ୍କର ଚୋରି  ହୋଇଥିଲା । ୨ ଜଣ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା  ଚୋରି କରିଥିଲେ ଦୁର୍ବୃତ୍ତ । ହେଲେ ଆଜି ପର୍ଯ୍ୟନ୍ତ  ଏହି ଚୋର ଧରାପଡିଲେ ନାହିଁ । ଏବେ ସୋସିଆଲ୍‌  ମିଡିଆରେ ଖୋଲା ଧମକ ମିଳୁଛି । ଯାହାକୁ ନେଇ  ଜନସାଧାରଣଙ୍କ ସୁରକ୍ଷା ଉପରେ ସନ୍ଦେହ ସୃଷ୍ଟି  ହୋଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ ନାକ ତଳୁ  ଚୋରି ହେଉଥିଲେ ମଧ୍ୟ ଚୋରର ଟେର୍‌ ପାଉନି  ପୁଲିସ୍‌ । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏନେଇ ସମ୍ବଲପୁର ସଦର ଏସଡିପିଓ ତୋଫାନ  ବାଗ୍‌ କହିଛନ୍ତି, ଚୋରି କରିବାକୁ କହୁଥିବା ୨ ପିଲା  ଏକ ଅଟାକଳରେ କାମ କରନ୍ତି । ସେମାନେ କୌଣସି  ଚୋରି କରିନାହାନ୍ତି । ତଥାପି ସେମାନଙ୍କୁ ଡାକି ତାଗିଦ  କରାଯାଇଛି । ଏଭଳି ଭିଡିଓ ନ କରିବାକୁ କୁହାଯାଇଛି ।  ଏହାସହ ଗତ କିଛି ମାସ ମଧ୍ୟରେ ରେମେଡ ଅଞ୍ଚଳରୁ  କିମ୍ବା କୌଣସି କମ୍ପାନିରୁ ଗାଡି ଚୋରି ହୋଇନାହିଁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.