ଅମରାବତୀ ୧୦/୦୭:  ଦେଶକୁ ପୁଣି କରୋନା ଭୟ ଘାରିଛି । ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି । ତାଙ୍କୁ ଗତମାସରେ ଭେଲ୍ଲୋରର ସିଏମ୍‌ସି  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା । ୪ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଫୁସ୍‌ଫୁସ୍ ଖରାପ ହୋଇଯାଇଥିଲା ଏବଂ ସେ ନିମୋନିଆର ଶିକାର ହୋଇଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି ।ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।

କରୋନାରେ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଡପ୍ପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ ବେଡ୍,ଆଇସିୟୁ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର,ଔଷଧ, ରାପିଡ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫ୍‌ଙ୍କ ଉପଲବ୍ଧତାର ତଥ୍ୟ ମାଗିଛନ୍ତି । ଭାରତରେ ସରକାରୀ ତଥ୍ୟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ପ୍ରାୟ ୫.୩ଲକ୍ଷ କରୋନା ମୃତ୍ୟୁ ରେକର୍ଡ ହୋଇଥିଲା । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରାୟ ୪୭ ଲକ୍ଷ ହେବ ।

ଅଧିକ ପଢ଼ନ୍ତୁ  :-  Insulin injection: ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର, ସପ୍ତାହକୁ ମାତ୍ର ଥରେ ଇନ୍ସୁନିଲ୍ ନେବେ ମଧୁମେହ ରୋଗୀ