କଟକ ୦୯/୦୭: କଟକ ମଲାଚଣ୍ଡିଆ ଛକରେ ଦୁର୍ଘଟଣା ଘଟାଇଲା 'ଆମ୍‌ ବସ'। ବାଇକ୍‌କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। ଭୟଙ୍କର ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚିବ ଗୁରୁତର ବାଇକ୍ ଆରୋହୀକୁ ପିସିଆର୍‌ରେ ମେଡିକାଲ ପଠାଇଥିବା ସୂଚନା ମିଳିଛି। l ତେବେ ଦୁର୍ଘଟଣା ଘଟାଇବା ପରେ 'ଆମ୍ ବସ୍' ଡ୍ରାଇଭରକୁ ଫେରାର ହୋଇଯାଇଛି।

ସୂଚନା ମୁତାବିକ, ଗୁରୁବାର ଦିନ ପ୍ରାୟ ସାଢ଼େ ୨ଟା ବେଳେ କଟକ ମଲା ଚଣ୍ଡିଆ ଛକରେ ଏକ ବାଇକକୁ ଧକ୍କା ଦେଇ ୪୦ ଫୁଟ୍ ଘୋଷାଡ଼ି ନେଲା ଆମ୍ ବସ୍।  ବାଇକ୍ ଆରୋହୀ ଜଣକ ବସ୍ ତଳେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମାଡ଼ ଭୟ 'ଆମ୍ ବସ୍' ଛାଡ଼ି ଚାଳକ ଦୁର୍ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟଲୋକ ବସ୍‌କୁ ଟେକି ବାଇକ୍ ଆରେହୀଙ୍କୁ ଉଦ୍ଧାର କରିଥିଲେ। ପୁଲିସକୁ ଖବର ମିଳିବା ପରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା। ଗୁରୁତର ବାଇକ୍ ଆରୋହୀଙ୍କୁ ପୁଲିସ ଉଦ୍ଧାର କରିବା ପରେ ବଡ଼ ମେଡିକାଲକୁ ପଠାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଲା ଚଣ୍ଡିଆ ଛକରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ପୁଲିସ ସ୍ଥାନୀୟଲୋକ ବୁଝାସୁଝା କରୁଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ :-  ISKCON : ଗଜପତିଙ୍କ ଅପିଲ୍କୁ ଇସ୍କନର ବେଖାତିର୍, ପୁନର୍ବିଚାର ଅନୁରୋଧକୁ ପ୍ରତ୍ୟାଖାନ