ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Andhra Pradesh: ଟିସିଏସକୁ ୯୯ ପଇସାରେ ୨୧ ଏକର ଜମି ପ୍ରଦାନ କଲେ ଆନ୍ଧ୍ରପ୍ରଦେଶ ସରକାର; ବିଶାଖାପାଟଣା ହେବ ଆଇଟି ହବ

Published By : Bijay Swain | April 17, 2025 10:38 PM

Image courtesy: indiatoday

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ସରକାର ବିଶାଖାପାଟଣାକୁ ଏକ ପ୍ରମୁଖ ଆଇଟି ହବ ଭାବେ ଗଢି ତୋଳିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ମନ୍ତ୍ରୀମଣ୍ଡଳ ଟାଟା କନସଲଟାନସି ସର୍ଭିସେସ (ଟିସିଏସ) ପାଇଁ ବିଶାଖାପାଟଣାର ଆଇଟି ହିଲ ନମ୍ବର ୩ ଠାରେ ୨୧.୧୬ ଏକର ଜମିକୁ ମାତ୍ର ୯୯ ପଇସାରେ ଲିଜରେ ପ୍ରଦାନ କରିବାକୁ ମଙ୍ଗଳବାର ଅନୁମୋଦନ କରିଛି। ଏହି ପ୍ରକଳ୍ପରେ ଟିସିଏସ ପ୍ରାୟ ୧,୩୭୦ କୋଟି ଟଙ୍କା ବିନିଯୋଗ କରିବ। ଯାହା ଦ୍ଵାରା ପ୍ରାୟ ୧୨,୦୦୦ ନୂଆ ଚାକିରି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି।

ଏହି ନିଷ୍ପତ୍ତି ରାଜ୍ୟର ଆଇଟି ଏବଂ ଡିଜିଟାଲ ସେବା କ୍ଷେତ୍ରରେ ବିଶାଖାପାଟଣାକୁ ଦେଶର ଏକ ମୁଖ୍ୟ ସ୍ଥାନ ଭାବେ ପ୍ରତିଷ୍ଠା କରିବାର ଯୋଜନାର ଏକ ଅଂଶ ବୋଲି ଜଣାପଡିଛି। ଏହି ଉଦ୍ୟୋଗର ପଛରେ ରାଜ୍ୟର ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ନାରା ଲୋକେଶଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ୨୦୨୪ ଅକ୍ଟୋବରରେ ଲୋକେଶ ମୁମ୍ବାଇରେ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଆନ୍ଧ୍ରପ୍ରଦେଶରେ ଟିସିଏସର ପରବର୍ତ୍ତୀ ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିଥିଲେ।

ଏହି ଜମି ଚୁକ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଟାଟା ମୋଟର୍ସକୁ ସାନାନ୍ଦରେ ୯୯ ପଇସାରେ ଜମି ପ୍ରଦାନ କରି ଅଟୋମୋବାଇଲ ଶିଳ୍ପରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଥିବା ମଡେଲକୁ ଅନୁସରଣ କରିଛି। ଏହି ପ୍ରତୀକାତ୍ମକ ମୂଲ୍ୟରେ ଜମି ପ୍ରଦାନ ଆନ୍ଧ୍ର ପ୍ରଦେଶର ଆଇଟି ଶିଳ୍ପ ପାଇଁ ଏକ “ସାନାନ୍ଦ ମୁହୂର୍ତ୍ତ” ଭାବେ ପରିଗଣନା କରାଯାଉଛି। ଯେଉଁଥିପାଇଁ ବିଶ୍ଵସ୍ତରୀୟ ଆଇଟି କମ୍ପାନୀମାନଙ୍କୁ ଆନ୍ଧ୍ରପ୍ରଦେଶ ଆକୃଷ୍ଟ କରିବାରେ ସହାୟକ ହେବ।

ଟିସିଏସ ଏହି ଜମିରେ ଏକ ଅତ୍ୟାଧୁନିକ ଆଇଟି କ୍ୟାମ୍ପସ ନିର୍ମାଣ କରିବ। ଯାହା ନିର୍ମାଣ ହେବା ପାଇଁ ୨ ରୁ ୩ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ତେବେ, କାର୍ଯ୍ୟ ଆରମ୍ଭ କରିବା ପାଇଁ ଟିସିଏସ ୯୦ ଦିନ ମଧ୍ୟରେ ଏକ ଭଡ଼ା ସ୍ଥାନରୁ ଅସ୍ଥାୟୀ ଭାବେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି।

ମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ, ଟିସିଏସର ଏହି ପ୍ରକଳ୍ପ ବିଶାଖାପାଟଣାକୁ ଏକ ଆଇଟି ଏବଂ ଟେକ୍ନୋଲୋଜି ହବରେ ପରିଣତ କରିବାର ଆରମ୍ଭ ମାତ୍ର। ରାଜ୍ୟ ସରକାର ଆଗାମୀ ପାଞ୍ଚ ବର୍ଷରେ ଆଇଟି କ୍ଷେତ୍ରରେ ୫ ଲକ୍ଷ ଚାକିରି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହା ସହିତ, ରାଜ୍ୟ ସରକାର ଗୁଗଲ କ୍ଲାଉଡ ସହିତ ମଧ୍ୟ ଏକ ଏମଓୟୁ ସ୍ଵାକ୍ଷର କରିଛନ୍ତି। ଯାହା ବିଶାଖାପାଟଣାରେ ଏକ ଡାଟା ସିଟି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆପ୍ଲିକେସନ ସ୍ଥାପନ କରିବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶର ସୁଯୋଗ ପ୍ରଦାନ କରିବ।

ଏହି ଜମି ଚୁକ୍ତି ଆନ୍ଧ୍ର ପ୍ରଦେଶର ଆଇଟି ଶିଳ୍ପ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଯାହା ରାଜ୍ୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.