ପ୍ରମୂଖ ଖବର
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଆଜି ପବିତ୍ର ଅଁଳା ନବମୀ: ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଝଲସୁଛି ସାକ୍ଷୀଗୋପାଳ ମନ୍ଦିର

Published By : Prameya | November 10, 2024 7:22 AM

ସାକ୍ଷୀଗୋପାଳ,୧୦/୧୧: ଆଜି ପବିତ୍ର ଅଁଳା ନବମୀ । ଏହି ଅବସରରେ ଶ୍ରୀଗୋପାଳଜିଉ ମନ୍ଦିରରେ ଠାକୁରାଣୀ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷରେ ଥରେ ରାଧାପାଦ ଦର୍ଶନ ହେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ  ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି  ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଇଛି । 

ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ  ଛାୟାପ୍ରଦ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି ।  ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି  ସାକ୍ଷୀଗୋପାଳ ଅଞ୍ଚଳ । ଶ୍ରୀଗୋପାଳଜିଉ ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକରେ ସଜା କରାଯାଇଛି । ସିଂହଦ୍ୱାର, ବକୁଳ ବନ, ପଞ୍ଚସଖା ସମାଧି ପୀଠ, ବସ୍‌ଷ୍ଟାଣ୍ଡସ୍ଥିତ  ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ, କଲେଜ ଛକ, ମନ୍ଦିର ବାଇପାସ୍‌ ରାସ୍ତା ଓ  ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି । ସତ୍ୟବାଦୀ  ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି।

ପୁରୀ ପଟୁ ଆସୁଥିବା ଯାନବାହାନ ମହାମାୟା ସାହି  ଦେଇ ସାକ୍ଷୀଗୋପାଳ ଷ୍ଟେସନ୍‌ ପଡ଼ିଆରେ ପାର୍କିଂ  କରାଯାଉଛି । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା  ଯାନବାହନ ସାକ୍ଷୀଗୋପାଳ କଲେଜ ବାଇପାସ୍‌  ରାସ୍ତା ଦେଇ କୋର୍ଟ ଉପର ପଡ଼ିଆରେ ପାର୍କିଂ  ହେବ। ସୁରକ୍ଷା ଲାଗି ୨୦ ପ୍ଲାଟୁନ୍‌ ଫୋର୍ସ, ୩ ଜଣ  ଅତିରିକ୍ତ ଏସ୍‌ପି, ୮ଜଣ ଏସ୍‌ଡିପିଓଙ୍କ ସମେତ  ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର  ସାହୁଙ୍କ ସହିତ ଅନ୍ୟ ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି । ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ  ୩୦ଟି ସ୍ଥାନରେ ସିସି କ୍ୟାମେରା ଲଗା ଯାଇଛି । ସମସ୍ତ ନୀତିକାନ୍ତି ସହ ରାଧାରାଣୀଙ୍କ  ପାଦ ଦର୍ଶନକୁ ନେଇ ସେବାୟତ ସଂଘ ପକ୍ଷରୁ  ରବିବାର ଅଁଳା ନବମୀ ଦେବନୀତି ନିର୍ଘଣ୍ଟ  ସ୍ଥିର କରାଯାଇଛି । 

ଶନିବାର ରାତି ୧ଟାରେ  ଦ୍ୱାରଫିଟା, ସାଢ଼େ ୧ଟାରେ ମଙ୍ଗଳ ଆଳତି,  ବେଶ, ମଇଲମ, ନଟବର ବେଶ ରାତି ସାଢ଼େ ୧ଟାରୁ ୩ଟା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା,  ବଲ୍ଲଭ, ସକାଳ ଧୂପ, ମଦନମୋହନ ଭୋଗ  ଭୋର ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ, ମନ୍ଦିର କର୍ମଚାରୀ ଓ ସେବାୟତଙ୍କ ଦର୍ଶନ ସକାଳ ସାଢ଼େ  ୫ଟା ପର୍ଯ୍ୟନ୍ତ ଚାଲିଥିଲା ରବିବାର ସକାଳ ୬ଟାରୁ ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏହା  ଅପରାହ୍ଣ ୫ଟା  ପର୍ଯ୍ୟନ୍ତ ଚାଲିବ । ଅପରାହ୍ଣ ୫ଟାରୁ ସାଢ଼େ ୫ଟା  ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏହାପରେ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଯାହା  ରାତି ୧୧ଟା ଯାଏ ଚାଲିବ । ମନ୍ଦିର କର୍ମଚାରୀ ଓ  ସେବାୟତ ଦର୍ଶନ ରାତ୍ର ୧୧ଟାରୁ ୧୨ଟା ପର୍ଯ୍ୟନ୍ତ  ହେବ ବୋଲି ନୀତି ନିର୍ଦ୍ଧାରଣ କରାଯାଇଛି ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.