୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।
ମେଷ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦ୍ୱାଦଶ ଶନି ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ତୃତୀୟ ବୃହସ୍ପତି ଯୋଗୁ ସେ ସମୟ ପର୍ଯ୍ୟନ୍ତ ମେଷ ରାଶିର ସମସ୍ତ ବର୍ଗର ବ୍ୟକ୍ତିମାନଙ୍କର ମାନସିକ ଦୁଶ୍ଚିନ୍ତା, ଶାରୀରିକ ପୀଡ଼ା, ଅପବ୍ୟୟ, ଭ୍ରାତୃ ବିବାଦ, ସମସ୍ତ କର୍ମରେ ବାଧାବିଘ୍ନ, ଅଯଥା ବିଳମ୍ବ ଆଦି ଦେଖାଯିବ । କର୍ମ ପ୍ରତି ଅନାଗ୍ରହ, ସମସ୍ତ କର୍ମରେ ବିଫଳତା, ଆର୍ଥିକ ସ୍ଥିତିରେ ଅବନତି ଓ ସମ୍ମାନ ହାନି ଘଟିବ । ବ୍ୟବସାୟୀମାନଙ୍କର ଆୟଠାରୁ ବ୍ୟୟ ଅଧିକ ହେବ ।
କର୍ମଚାରୀ ସମସ୍ୟା, ଗ୍ରାହକ ସମସ୍ୟା ଓ ପରିବହନ ବ୍ୟବସାୟରେ ସମସ୍ୟା ଉପଜିବ । ବାକି ପଡ଼ିଥିବା ଧନ ଆଦାୟ ରହିବ ଏବଂ ଆଦାୟ କରିବାରେ ସମସ୍ୟା ଉପୁଯିବ । କର୍ମଜୀବୀମାନଙ୍କର କର୍ମରେ ସମସ୍ୟା ଉପଜିବ ଏବଂ ସମୟାନୁବର୍ତ୍ତିତାର ଅଭାବ ରହବ । ପରିଶ୍ରମ ତୁଳନାରେ ସଫଳତା କମ୍ ରହିବ ଏବଂ ଆପଣଙ୍କ କର୍ମକୁ ସମସ୍ତେ ନାପସନ୍ଦ କରିବେ । ସହକର୍ମୀଙ୍କ ସହ ବିବାଦ ଏବଂ ଆର୍ଥିକ ସମସ୍ୟା ଉପୁଯିବ । ଅବିବାହିତ ପୁଅଝିଅମାନଙ୍କର ବିବାହରେ ବିଳମ୍ବ ଘଟିବ ଏବଂ ପ୍ରେମ ସମ୍ପର୍କରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହେବ । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବେ ଏବଂ ବିଦ୍ୟାରେ ଏକାଗ୍ରତା ଭାବ କମ୍ ରହିବ । ଗୃହିଣୀମାନେ ଶାରୀରିକ ପୀଡ଼ା ଭୋଗିବେ ଏବଂ ବାୟୁ ରୋଗ, ବାତରୋଗରେ ପୀଡ଼ିତ ହେବେ । ପରିବାରର ଖର୍ଚ୍ଚକୁ ତୁଲାଇବରେ ଅସମର୍ଥ ହେବେ ଓ ପରିବାରରେ ଅଶାନ୍ତି ଲାଗି ରହିବ । ଜୁନ୍ ୧ ପରେ ଚତୁର୍ଥ ବୃହସ୍ପତି ଯୋଗୁ ଚୋର ଭୟ, ମାଲିମକଦ୍ଦମା ଭୟ ଆଦି ଦେଖାଦେବ ।
ଶୁଭରଙ୍ଗ : ଲାଲ, ସଂଖ୍ୟା: ୬, ଆରାଧନା: ପ୍ରଭୁ ସ୍କନ୍ଦ ।