ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଫର ଟେକ୍ନୋଲୋଜି (ଗିଫ୍ଟ)ରେ ଦ୍ୱାଦଶତମ ବାର୍ଷିକ କ୍ରୀଡ଼ା "ଅକ୍ଟାଥଲନ୍ ୨୦୧୯' ଉଦ୍ଯାପିତ ହୋଇଯାଇଛି । ସୁନ୍ଦରଗଡ଼ର ହକି ଖେଳାଳି ନିଲମ୍ ସଂଜିବ ଏସ୍ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗିଫ୍ଟର ଭାଇସ୍ ଚେୟାରମ୍ୟାନ ଇଂ. ପତିତପାବନ ପଣ୍ଡା, ଅଧ୍ୟକ୍ଷ ଡ. ଏସ୍. କ୍ରିଷ୍ଣମୋହନ ରାଓ, ଉପାଧ୍ୟକ୍ଷ ଡ. ଆଲୋକ କୁମାର ମହାପାତ୍ର, ଡିନ୍ ଏମାଡେମିକ୍ ଡ. ପି.କେ ସୁବୁଦ୍ଧି, ଡିନ୍ ଆଡ୍ମିନ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ ମିହିର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଫେସର ଆୟୁଷ୍ମାନ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ଅସିତ ପାହାଡ଼ ସିଂ ଓ ସୁରେଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...