ମାଲକାନଗିରି,୧୨/୦୧:ସୁରକ୍ଷାବଳକୁ ଲାଲବାହିନୀ ବିରୋଧରେ ମିଳିଲା ବଡ ସଫଳତା । ଛତିଶଗଡ-ବିଜାପୁର ସୀମାରେ ସୁରକ୍ଷାବଳର ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି । ସୁରକ୍ଷାବଳର ଗୁଳିମାଡରେ ଟଳିପଡିଛନ୍ତି ୩ ମାଓବାଦୀ । ମଦେଡ ଜଙ୍ଗଲରେ ଡିଆରଜି ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏନକାଉଣ୍ଚର ହୋଇଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ପୋଲିସ ସୂତ୍ର ଅନୁଯାୟୀ,ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନ ସମୟରେ ଜଙ୍ଗଲରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ପୋଲିସ ଟିମରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଏଫ), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଜିଲ୍ଲା ଫୋର୍ସର କର୍ମଚାରୀମାନେ ସାମିଲ ହୋଇଥିଲେ। ସୁରକ୍ଷା ବାହିନୀ ଛତିଶଗଡରେ ନକ୍ସଲ ବିରୋଧୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ସେହିପରି ଜାନୁଆରୀ ୪ ରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ନାରାୟଣପୁର ଏବଂ ଦାନ୍ତେୱାଡା ଜିଲ୍ଲାର ସୀମାରେ ଥିବା ଦକ୍ଷିଣ ଆବୁଜମାଦର ଏକ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା । ସେହିପରି ପରେ ଜାନୁୟାରୀ ୬ରେ ମଧ୍ୟ ରାଜ୍ୟର ବିଜାପୁର ଜିଲ୍ଲାରେ IED ବ୍ୟବହାର କରି ନକ୍ସଲମାନେ ସେମାନଙ୍କ ଗାଡି ବିସ୍ଫୋରଣ କରିବା ପରେ ୮ ଜଣ DRG କର୍ମଚାରୀ ଏବଂ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ସୁରକ୍ଷା ଦଳ ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ ଜିଲ୍ଲାର ବେଡ୍ରେ-କୁଟ୍ରୁ ରୋଡରେ ଏହି ବିସ୍ଫୋରଣ ଘଟିଥିଲା।