ସିଭିଲ ସର୍ଭିସ ପରୀକ୍ଷାରେ ଅନୁପ ଦାସଙ୍କ ସଫଳତା

ଜଗତସିଂହପୁର, ୨୩।୫ : ସିଭିଲ ସର୍ଭିସ ପରୀକ୍ଷାରେ ନାଉଗାଁ କୋକିଡ଼ିହ ଗ୍ରାମର ଅନୁପ ଦାସ ବାଜିମାତ କରିଛନ୍ତି l ସର୍ବ ଭାରତୀୟ ସ୍ତରରେ ସେ ୩୮ ରାଙ୍କ ହାସଲ କରିଛନ୍ତି l
ଅନୁପ ୨୦୧୯ରେ ଆଇଆରଏସ ଭାବେ କୃତକାର୍ଯ୍ୟ ହୋଇଥିଲେ l ଦ୍ଵିତୀୟ ଥର ପାଇଁ ଆଇଏଏସ ପରୀକ୍ଷା ଦେବାକୁ ସ୍ଥିର କରି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ l ଏବେ ସେ ଦିଲ୍ଲୀରେ ଇନକମ ଟାକ୍ସ ବିଭାଗର ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି l ଏହି ସଫଳତା ପଛରେ ନିଜର ବାପା, ମା’ ଓ ଜେଜେ ମା’ ଙ୍କ ହାତ ରହିଥିବା ସେ କହିଛନ୍ତି l ଆଗକୁ ସେ ଆଇଏଫଏସରେ ଯୋଗ ଦେବେ ବୋଲି ଆଗ୍ରହୀ ରହିଛନ୍ତି l ଅନୁପଙ୍କ ଏହି ସଫଳତାକୁ ନେଇ ପୁରା ଜିଲ୍ଲା ଗର୍ବିତ l