ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଶରଧାବାଲି ଦଳାଚକଟାକୁ ନେଇ କ୍ଷୋଭ ପ୍ରକାଶ କଲେ ଅରୁଣ ସାହୁ; କହିଲେ ସଂଧ୍ୟା ସୁଦ୍ଧା ଆକ୍ସନ ନିଅନ୍ତୁ ସରକାର

Published By : Manash Sahoo | June 29, 2025 12:33 PM

ଭୁବନେଶ୍ବର ୨୯/୦୬; ‘ଏ ବର୍ଷ ରଥଯାତ୍ରା ଦିନ ନନ୍ଦିଘୋଷ ଗଡ଼ିଲାନି । ଦଳଚକଟାରେ ଆହତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ସରକାର ତଥ୍ୟ ଲୁଚାଇଲେ । ଏହାର ପରିଣାମ ସ୍ୱରୂପ ଗତକାଲି ଶରଧାବାଲି ଦଳଚକଟାରେ ୩ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି । ସରକାର କିଛି ଶିଖିବାକୁ ଚାହୁଁ ନାହାନ୍ତି । ଲୋକେ ଯେବେ ମରୁଛନ୍ତି, ବିଜେପି ନେତା ‘ମନ କି ବାତ୍’ ଶୁଣୁଛନ୍ତି ।‘ ରଥଯାତ୍ରା ଅଘଟଣକୁ ନେଇ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବରିଷ୍ଠ ନେତା ଅରୁଣ ସାହୁ ।

ସେ ଆହୁରି ମଧ୍ୟ କହିଛନ୍ତି, ଅଘଟଣ ସମୟରେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀମାନେ, ମୁଖ୍ୟ ଶାସନ ସଚିବ, ଡିଜିପି ଡେରା ପକାଇବା କଥା । ଯେଉଁଥି ପାଇଁ ଶରଧାବାଲିରେ ଦଳଚକଟା  ହେଲା ଏବଂ ଲୋକେ ପ୍ରାଣ ହରାଇଲେ । ଏବେ ‘ପ୍ରଧାନମନ୍ତ୍ରୀ ‘ମନ କି ବାତ’ରେ ଦଳଚକଟା କଥା କୁହନ୍ତୁ’ । ଦାୟୀ ମାନଙ୍କୁ କାହିଁକି ଶାସ୍ତି ଦେଉ ନାହାନ୍ତି ? ଯଦି ସରକାର ନିଜେ ଦାୟୀ, ଇସ୍ତଫା ଦିଅନ୍ତୁ । କୋଟି କୋଟି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । କି ତଦନ୍ତ କରିବେ ? ପ୍ରଭୁ ବଳଭଦ୍ରଙ୍କ ପଡ଼ିବା ତଦନ୍ତ ରିପୋର୍ଟ କୁଆଡ଼େ ଗଲା ? ଗୋଟେ ଭୁଲ୍ ଲୁଚାଇବାକୁ ସରକାର ଭୁଲ ପରେ ଭୁଲ କରି ଚାଲିଛନ୍ତି । ଓଡ଼ିଆ ଅସ୍ମିତା ରସା ତଳକୁ ଗଲାନି । ଯିଏ ଦାୟୀ, ଆଜି ରାତି ସୁଦ୍ଧା ବହିଷ୍କାର କର । କିଏ ୧୫ ହଜାର କର୍ଡନ ପାସ୍ ଦେଇଥିଲେ, ତା’ର ତଦନ୍ତ ହେଉ ବୋଲି ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.