ନୂଆଦିଲ୍ଲୀ,୧୪।୨: ଦିଲ୍ଳୀର ବିଗ୍ ବସ୍ କିଏ? ଏହା ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ଜାରି ରହିଛି। ସବୁଠାରୁ ବଡ କଥା ହେଉଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ବିଚାରପତିଙ୍କ ମଧ୍ୟରେ ଦିଲ୍ଳୀ ସରକାରଙ୍କ ଅଧିକାରକୁ ନେଇ ମତପାର୍ଥକ୍ୟ ଦେଖାଦେଇଛି। ଦୁଇ ବିଚାରପତିଙ୍କ ଭିନ୍ନ ଭିନ୍ନ ରାୟ ଗୋଟିଏ ମାମଲାରେ ଆସିଛି। ଦିଲ୍ଳୀ ସରକାର ନା ଉପରାଜ୍ୟପାଳ କିଏ ଦିଲ୍ଳୀର ପ୍ରକୃତ କ୍ଷମତାକେନ୍ଦ୍ର ତାହା ସ୍ପଷ୍ଟ ହୋଇପାରିନାହିଁ।
{"id":3604,"width":744,"height":617}
ଅଲ୍ ଇଣ୍ଡିଆ ସର୍ଭିସେସ୍ ଉପରେ ଅଧିକାରକୁ ନେଇ ଜଷ୍ଟିସ୍ ଏକେ ସିକରି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେଇ ଗଠିତ ଖଣ୍ଡପୀଠର ନିଷତ୍ତି ଭିନ୍ନ ଭିନ୍ନ ରହିଥିଲା। ଯାହାଫଳରେ ଏହି ମାମଲାକୁ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଇ ଦିଆଯିବ।
ଜଷ୍ଟିସ୍ ସିକରି ସର୍ଭିସେସ୍ ଉପରେ କେନ୍ଦ୍ର ସରକାରଙ୍କ ଅଧିକାର ରହିଛି ବୋଲି ନିଜର ରାୟ ଦେଇଛନ୍ତି। ତେବେ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ରାୟ କିନ୍ତୁ ଏହାର ଓଲଟା ଥିଲା। ଜଷ୍ଟିସ୍ ଏକେ ସିକରି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ମଧ୍ୟରେ ସହମତିରେ ଆସିଥିବା ରାୟ ଦିଲ୍ଳୀ ସରକାରଙ୍କୁ ଦେଇଛି ଝଟକା। କୋର୍ଟଙ୍କ ରାୟ ଅନୁସାରେ ଏସିବି, ତଦନ୍ତ କମିଶନ୍ ଉପରେ କେନ୍ଦ୍ରର ଅଧିକାର ରହିଛି। ସେଭଳି ବିଜୁଳି ଓ ଜମିର ସର୍କିଲ ରେଟ୍ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି।
ଜଷ୍ଟିସ୍ ସିକରି କହିଛନ୍ତି, ସହଜରେ କାମ ହେବା ପାଇଁ ମେକାନିଜିମ୍ ହେବା ଦରକାର। ଜଏଣ୍ଟ ସେକ୍ରେଟାରୀ ଆଦି ଉପର ପାହ୍ୟାର ଅଧିକାରୀଙ୍କ ବଦଳି କରିବାର ଅଧିକାର ଉପରାଜ୍ୟପାଳଙ୍କ ପାଖରେ ରହିଛି। ଆଣ୍ଟି କରପସନ୍ ବ୍ୟୁରୋ (ଏସିବି) ଉପରେ କେନ୍ଦ୍ରର ହିଁ ଅଧିକାର ରହିଛି। ସେଭଳି ବିଦ୍ୟୁତ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ତଦନ୍ତ କମିଶନ୍ ଗଠନ କରିବାର ଅଧିକାର କେବଳ କେନ୍ଦ୍ର ନିକଟରେ ରହିଛି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ମାମଲାରେ ମତଭେଦ ହେବାର ସ୍ଥିତିରେ ଉପରାଜ୍ୟପାଳଙ୍କ ରାୟ ହିଁ ଗ୍ରହଣୀୟ।
{"id":3605,"width":741,"height":427}
ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି। ସେ କୋର୍ଟଙ୍କ ରାୟକୁ ବିରୋଧ କରିବା ସହ କହିଛନ୍ତି, ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଦିଲ୍ଳୀର ଲୋକଙ୍କ ସହ ଅନ୍ୟାୟ ହୋଇଛି। ଆମେ କୋର୍ଟଙ୍କ ସମ୍ମାନ କରୁଛୁ, କିନ୍ତୁ ନିଷତ୍ତିରେ ଅନ୍ୟାୟ ହୋଇଛି। ଯଦି ନିର୍ବାଚିତ ସରକାରକୁ ଟ୍ରାନ୍ସଫର ଓ ପୋଷ୍ଟିଂ କରିବାର ଅଧିକାର ଦିଆଯିବନି, ତେବେ ସରକାର କିଭଳି ଚାଲିବ? ଯଦି ସମସ୍ତ ଫାଇଲ ପାଇଁ ଉପରାଜ୍ୟପାଳଙ୍କ ଘର ଆଗରେ ଧାରଣା ଦେବାକୁ ପଡିବ ତେବେ ଦିଲ୍ଳୀ ସରକାର, ସୁପ୍ରିମକୋର୍ଟର ନିଷ୍ପତ୍ତିକୁ କେବଳ ଦିଲ୍ଲୀର ଜନତାଙ୍କ ବିରୋଧରେ ନୁହେଁ ବଂର ସମ୍ବିଧାନ ବିରୋଧୀ ବୋଲି କହୁଛି।