ନୂଆଦିଲ୍ଲୀ, ୯/୨ : ପ୍ରେମିକ ନିଜର, ସ୍ବାମୀ ପର । ପ୍ରେମିକ ସହ ଯୋଜନା କରି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ । ମାତ୍ର ଗୋଟିଏ ଦେଖାରେ ହୋଇଥିଲା ପ୍ରେମ । ୭ ବର୍ଷ ଦେଖା ହୋଇନଥିଲେ । ତଥାପି ପ୍ରେମ ଏମିତି ଅନ୍ଧ କଲା କି, ସ୍ବାମୀଙ୍କ ଜୀବନ ନେବାକୁ ମଧ୍ୟ ପଛାଇଲେନି । ସୋନମ-ରାଜା ରଘୁବଂଶୀଙ୍କ ଘଟଣା ଭଳି ଦେଖିବାକୁ ମିଳିଛି ଆଉ ଏକ ଘଟଣା । ଅଞ୍ଜୁ ନାମକ ଯୁବତୀ ପ୍ରେମିକ ସଞ୍ଜୁ ସହ ମିଶି ସ୍ବାମୀ ଆଶିଷଙ୍କୁ ହତ୍ୟା କରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନର ଏହି ମର୍ଡର ମିଷ୍ଟ୍ରି ସମସ୍ତଙ୍କୁ ଆତଙ୍କିତ କରିଛି ।
୨୦୧୮ ମସିହାରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ଅଞ୍ଜୁ । ସେଠାରେ ଓ୍ବେଟର ଭାବେ କାମ କରୁଥିଲେ ସଞ୍ଜୁ । ମାତ୍ର ପ୍ରଥମ ଦେଖାରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଉଭୟ ନମ୍ବର ଦିଆନିଆ ହୋଇଥିଲେ । ମାତ୍ର ଅଞ୍ଜୁଙ୍କ ପାଖରେ ମୋବାଇଲ ନଥିବାରୁ ସେମାନେ କଥା ହୋଇପାରିନଥିଲେ । ସେହି ଗୋଟିଏ ଦେଖାରେ ଉଭୟ ପ୍ରେମକୁ ଚାପି ରଖିଥିଲେ । ତିନିମାସ ତଳେ ଅଞ୍ଜୁଙ୍କ ବିବାହ ହୋଇଥିଲା । ପରିବାର ଲୋକେ ଠିକ୍ କରିଥିବା ଆଶିଷଙ୍କୁ ବିବାହ କରିଥିଲେ ।
ମାତ୍ର ବିବାହ କରିବାର କିଛିଦିନ ପୂର୍ବରୁ ଅଞ୍ଜୁ ନିଜର ମୋବାଇଲ କିଣିଥିଲେ । ଯେଉଁଥିରେ ସେ ସଞ୍ଜୁଙ୍କ ସହ କଥାହେବୋ ଆରମ୍ଭ କରିଥିଲେ । ଉଭୟ ଉଭୟଙ୍କ ପ୍ରେମ ଗାଡ଼ିକୁ ଆଗକୁ ବଢ଼ାଇଥିଲେ । ମାତ୍ର ଘର ଲୋକଙ୍କୁ ଏନେଇ କୌଣସି କଥା କହିନଥିଲେ । ଯେତେବେଳେ ଘର ଲୋକ ବିବାହ ଠିକ୍ କରିଥିଲେ ସେତେବେଳେ ଅଞ୍ଜୁ ମଧ୍ୟ କୌଣସି ଆପତ୍ତି ଉଠାଇନଥିଲେ । ଘର ଲୋକଙ୍କ କଥାରେ ରାଜି ହୋଇ ବାହା ହୋଇଯାଇଥିଲେ ।
ବିବାହ ଉପରେ ଉଭୟଙ୍କ ବେଶ ଖୁସିରେ ଥିଲେ । କେହି ମଧ୍ୟ କିଛି ଜାଣିପାରୁନଥିଲେ । ମାତ୍ର ଅଞ୍ଜୁଙ୍କ ମନରେ କେବଳ ସଞ୍ଜୁଙ୍କ ପାଇଁ ସ୍ଥାନ ରହିଥିଲା । ଯେର୍ଉ କାରଣରୁ ସେ ଆଶିଷଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଗତ ୩୦ ତାରିଖରେ ସେମାନେ ରାତ୍ରି ଭୋଜନ କରିବା ପରେ ବାହାରକୁ ବୁଲିବାକୁ ବାହାରିଥିଲେ । ଏହି ସମୟରେ ରାସ୍ତାରେ ସଞ୍ଜୁଙ୍କ ୨ ସାଙ୍ଗ ସହ ମିଶି ଆକ୍ରମଣ କରିଥିଲେ । ସେମାନେ ତାଙ୍କଠାରୁ ସୁନା-ଗହଣା ନେବା ସହ ଆଶିଷଙ୍କ ହତ୍ୟା କରିଥିଲେ ।
ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା । ପ୍ରଥମେ ଏହାକୁ ଏକ ମାମଲା ଭାବରେ ପୁଲିସ ଗ୍ରହଣ କରିଥିଲା । ପରେ ସନ୍ଦେହ ହେବା ପରେ ଗମ୍ଭୀରତା ସହ ନେଇଥିଲେ । ତଦନ୍ତ କରିବା ପରେ ସବୁ ସତ ଜଣା ପଡ଼ିଥିଲା । ପ୍ରେମିକ ସହ ରହିବା ପାଇଁ ଏଭଳି ଯୋଜନା କରି ହତ୍ୟା କରିଥିଲେ । ଏହି ଷଡ଼ଯନ୍ତ୍ର ସେମାନେ ରଚିଥିବାବେଳେ ଆଶିଷଙ୍କୁ ହତ୍ୟା କରିଥିଲେ ।
ଏହାସହ ପଢ଼ନ୍ତୁ : ‘ସୋଲେ’ ଭଳି ସଫଳତା ପାଇଛି କି ‘ଧୁରନ୍ଧର’ ? ପ୍ରଯୋଜକ କହିଲେ....