ମୁମ୍ବାଇ, ୯/୨ : ବକ୍ସ ଅଫିସରେ କମାଲ କରିଛି ବଲିଉଡ ଫିଲ୍ମ ‘ଧୁରନ୍ଧର’ । ଅନେକ ସଫଳତା ହାସଲ କରିଥିବା ଏହି ଫିଲ୍ମକୁ ଦର୍ଶକେ ମଧ୍ୟ ବେଶ ପ୍ରଂଶସା କରିଛନ୍ତି । ୬୦ ଦିନରୁ ଅଧିକ ସମୟ ସିନେମା ହଲରେ ଚାଲିବା ପରେ ମଧ୍ୟ ଦର୍ଶକେ ଆହୁରି ଦେଖିବାକୁ ଭଲ ପାଉଛନ୍ତି । ଯାହାକି ଫିଲ୍ମ ପ୍ରତି କିଭଳି ଭାବନା ରହିଛି ଦର୍ଶାଉଛି । ତେବେ କେବଳ ଭାରତରେ ହଜାରେ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରି ରେକର୍ଡ କରିଛି ଏହି ଫିଲ୍ମ । ମାତ୍ର ଇତିହାସ ହୋଇ ରହିଥିବା ପିଲ୍ମ ‘ସୋଲେ’ ସହ ଏହାକୁ ତୁଳନା କରାଯାଇଛି ।
ଫିଲ୍ମର ଦ୍ବିତୀୟ ଭାଗ ରିଲିଜ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଯୋଜକ ଧୁରନ୍ଧରକୁ ସୋଲେ ସହ ତୁଳନା କରିଛନ୍ତି । ସେ କହିଛନ୍ତି କି, ଏହି ସିନେମା କେବଳ ମେକର୍ସ ନୁହେଁ ଦର୍ଶକଙ୍କୁ ମଧ୍ୟ ସମସ୍ତ ସଫଳତାର ଶ୍ରେୟ ଯାଉଛି । ଦଶନ୍ଧି ଧରି ଏଭଳି କୌଣସି ଫିଲ୍ମ ପାଇଁ ଦର୍ଶକଙ୍କ ଆଗ୍ରହ ଥିବା ଦେଖିବାକୁ ମିଳିନାହିଁ । ଯେଭଳି ଭାବେ ଧୁରନ୍ଧର ପ୍ରତି ଦେଖିବାକୁ ମିଳିଲା । ମନେ ହେଉଛି ସୋଲେ ପରେ ଏହି ଫିଲ୍ମକୁ ଦର୍ଶକେ ଅଧିକ ଭଲ ପାଇବା ଦେଇଛନ୍ତି । ୬୦ ଦିନରୁ ଅଧିକ ଦିନ ସିନେମା ହଲରେ ଚାଲିବା ପରେ ମଧ୍ୟ ଆଗ୍ରହ କମିନି ।
ଏହାସହ ସେ କହିଛନ୍ତି କି, ପ୍ରଥମ ଭାଗ ଏତେ ସଫଳତା ପାଇଥିବାବେଳେ ଦ୍ବିତିୟ ଭାଗ ଅଧିକ ଲାଭ କରିବ । ଏହାସହ ଦର୍ଶକେ ମଧ୍ୟ ଅଧିକ ଭଲ ପାଇବା ଦେବେ । ଆମେ ପ୍ରଥମ ଭାଗରେ ଯେଭଳି ସଫଳତା ପାଇଛୁ, ଦ୍ବିତୀୟ ଭାଗ ପାଇଁ ଅଧିକ ପରିଶ୍ରମ କରିଛୁ । ଦ୍ବିତୀୟ ଭାଗଟି ୫ଟି ଭାଷାରେ ରିଲିଜ୍ ହେବ । କାରଣ ପ୍ରଥମ ଭାଗଟି କେବଳ ଗୋଟିଏ ଭାଷାରେ ରିଲିଜ୍ ହୋଇଥିଲା । ଦକ୍ଷିଣରେ ଆମ ଫିଲ୍ମ ଭଲ ରୋଜଗାର କରିଛି । ଏଣୁ ଦ୍ବିତୀୟ ଭାଗଟି ଦକ୍ଷିଣୀ ଭାଷାରେ ମଧ୍ୟ ରିଲିଜ୍ କରିବାକୁ ଯୋଜନା କରୁଛୁ । ପୂର୍ବରୁ ଏଭଳି କୌଣସି ଫିଲ୍ମକୁ ସଫଳତା ମିଳିନଥିଲା । ଏବେ ପାକିସ୍ତାନରେ ଓଟିଟିରେ ମଧ୍ୟ ଫିଲ୍ମଟି ଦେଖୁଛନ୍ତି ଦର୍ଶକ । ଅଧିକ ଭଲ ପାଇବା ପଡ଼ୋଶୀ ଦେଶରେ ମଧ୍ୟ ମିଳିଛି ।
ଏହାସହ ପଢ଼ନ୍ତୁ : ମଦ ନିଶାରେ ହନୁମାନ ମନ୍ଦିର କାନ୍ଥରେ ପରିଶ୍ରା କରି ଜେଲ ଗଲେ ୩ ଯୁବକ