ମୁମ୍ୱାଇ,୨୫/୦୨:‘କଲ୍କି-୨’ର ସୁଟିଂ ଆରମ୍ଭ କରିଛନ୍ତି ବିଗ୍ ବି । ଗତ ରବିବାର ଫିଲ୍ମ ସେଟର ଫଟୋ ୟାର କରି ହାଇଦ୍ରାବାଦରେ ସୁଟିଂ କରୁଥିବା କଥା ସେ ସ୍ପଷ୍ଟ କରିଛନ୍ତି । ଦୀର୍ଘ ୪୦ ବର୍ଷ ପରେ କମଲ ହାସନଙ୍କ ସହପୁଣି ଥରେ କାମ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।ଉଭୟ ଶେଷ ଥର ୧୯୮୫ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଗିରଫ୍ତାର’ରେ ଏକାଠି କାମ କରିଥିଲେ ।

ଆହୁରି ପଢନ୍ତୁ-ବହୁ ବାଦବିବାଦ ଭିତରେ ପରଦାକୁ ଆସୁଛି "ଦି କେରଳ ଷ୍ଟୋରି ୨", ୧୫ ଟି କଟ୍ ଏବଂ କିଛି ଦୃଶ୍ୟକୁ ହଟାଇଛି ସେନ୍ସର ବୋର୍ଡ...

‘କଲ୍କି୨୮୯୮ ଏଡି’ରେ ଅମିତାଭ ଓ କମଲ ହାସନ ଅଭିନୟକରିଥିଲେ । କିନ୍ତୁ କୌଣସି ସିନ୍ରେ ଉଭୟ ଏକାଠିପରଦାକୁ ଆସିନଥିଲେ । ଅମିତାଭ ଶେୟାର କରିଥିବା‘କଲ୍କି-୨’ ସେଟ୍ ଫଟୋରେ ତାଙ୍କୁ ଅଶ୍ୱଥାମା ଲୁକ୍ରେଦେଖିବାକୁ ମିଳିଛି । ତାଙ୍କ ଚେହେରାରେ ପ୍ରୋସ୍ଥେଟିକ୍ମେକ୍ଅପ୍ ଦେଖାଯାଉଛି । କମଲ ହାସନଙ୍କ ସହ ମଧ୍ୟସେ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଦୁହେଁପରସ୍ପରକୁ ଆଲିଙ୍ଗନ କରି କଥା ହେଉଛନ୍ତି ।‘କଲ୍କି ୨୮୯୮ ଏଡି’ ଜୁନ୍, ୨୦୨୪ରେରିଲିଜ୍ ହୋଇଥିଲା, ଯାହା ବିଶ୍ୱରେ୧୦୦୦ କୋଟିରୁ ଅଧିକ ଆୟକରିଥିଲା । ନିକଟରେ ଆୟୋଜିତଫିଲ୍ମଫେୟାର ଆୱାର୍ଡସ ସାଉଥ୍୨୦୨୬ରେ ଅମିତାଭ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ ।