ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଅଜଣା ଗାଡ଼ି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ; ତଦନ୍ତ କରୁଛି ପୁଲିସ

Published By : Harapriya Sethi | August 24, 2025 3:02 PM

କାମାକ୍ଷାନଗର,୨୪/୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡାଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କଙ୍କଡାହାଡ଼ ଥାନା ପାଟବେଡା ଗାଁର ମାନସ ସିଂ। 

ସୂଚନା ମୁତାବକ, ମାନସ ଅନୁଗୁଳ ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଛୁଟିନେଇ ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ଭାଲୁମୁଣ୍ଡା ଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କରେ ଖବର ପାଇ ମାନସଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହା ସହ ଅଧିକ ତଦନ୍ତ ଜାରି ରଖିଛି । ମାନସଙ୍କ ମୃତ୍ୟୁରେ ପରିବାର ଓ ବନ୍ଧୁ ପରିଜନଙ୍କ କାନ୍ଦବୋବାଳିରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.