ନୂଆଦିଲ୍ଲୀ,୩୦/୦୮: ଆଗାମୀ  ଏସିଆ କପ୍‌ ଖେଳିବା ପାଇଁ ଭାରତୀୟ  ଟି-ଟ୍ୱେଣ୍ଟି ଦଳ ଆସନ୍ତା ୪ ତାରିଖରେ  ଦୁବାଇ ଯାତ୍ରା କରିବ । ୫ତାରିଖରୁ ଦଳ  ଆଇସିସି ଏକାଡେମୀ ଗ୍ରାଉଣ୍ଡ୍‌ରେ ଅଭ୍ୟାସ  ଆରମ୍ଭ କରିବ । ୨୦୨୩ରେ ଭାରତ ଏସିଆ  କପ୍‌ ଚାମ୍ପିଅନ୍‌ ହୋଇଥିବାରୁ ଏଥର  ଟୁର୍ଣ୍ଣାମେଣ୍ଟ ଆୟୋଜକ ରହିଛି । ଆସନ୍ତା  ମାସ ୯ ତାରିଖରୁ ୟୁଏଇରେ ଏସିଆ  କପ୍‌ ଆରମ୍ଭ ହୋଇ ୨୮ ତାରିଖରେ ଶେଷ  ହେବ। ଏଥର ମୋଟ୍‌ ୮ଟି ଦଳ ଭାଗ  ନେଉଛନ୍ତି । ଉଦଘାଟନୀ ମୁକାବିଲାରେ  ଆଫଗାନିସ୍ତାନ ଓ ହଂକଂ ପରସ୍ପରକୁ  ଭେଟିବେ । ଭାରତ ୧୦ ତାରିଖରେ ୟୁଏଇ,  ୧୪ ତାରିଖରେ ପାକିସ୍ତାନ ଓ ୧୯ ତାରିଖରେ  ଓମାନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଘୋଷିତ ଦଳ: ସୂର୍ଯ୍ୟକୁମାର  ଯାଦବ(ଅଧିନାୟକ), ଶୁଭମନ ଗିଲ୍‌(ଉପ  ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ  ସାମସନ(ୱିକେଟ କିପର), ତିଳକ  ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ,  ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ  ଶର୍ମା(ୱିକେଟ୍‌ କିପର), ଅର୍ଶଦୀପ ସିଂହ,  ଯଶପ୍ରୀତ ବୁମରା, କୁଲଦୀପ ଯାଦବ,  ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା । ରିଜର୍ଭ:  ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ ସୁନ୍ଦର, ରିୟାନ  ପରାଗ, ଧ୍ରୁବ ଜୁରେଲ, ଯଶସ୍ୱୀ ଜୈସ୍ୱାଲ