ନୂଆଦିଲ୍ଲୀ, ୦୧/୦୩: ମଙ୍ଗୋଲିଆ ଠାରେ ଆସନ୍ତା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୧ ତାରିଖ ମଧ୍ୟରେ ଏସିଆନ ବକ୍ସିଂ ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିପାଇଁ ଆଜି ୨୦ ଜଣିଆ ଭାରତୀୟ ଦଳ (ପୁରୁଷ, ମହିଳା) ଘୋଷଣା ହୋଇଛି । ଅଲିମ୍ପିକ୍ ପଦକ ବିଜୟିନୀ ଲଭ୍ଲିନା ବୋର୍ଗୋହେଁ ଓ ଦୁଇ ଥର ବିଶ୍ୱ ଚାମ୍ପିଅନ୍ ନିଖତ୍ ଜରିନ ଦଳର ନେତୃତ୍ୱ ନେବେ ।

ପଟିଆଲାରେ ଆୟୋଜିତ ଚୟନ ପ୍ରତିଯୋଗିତାର ପ୍ରଦର୍ଶନକୁ ଆଧାର କରି ଏହି ଦଳ ଚୟନ କରାଯାଇଛି । ମନୋନୀତ ବକ୍ସରମାନେ ଜାତୀୟ ଶିବିରରେ ଯୋଗ ଦେଇଛନ୍ତି । ଚୟନ ପ୍ରତିଯୋଗିତାରେ ଗତ ଏସିଆନ୍ ବକ୍ସିଂ ଚାମ୍ପିଅନସିପ୍ (୨୦୨୬) ର ଫାଇନାଲିଷ୍ଟଙ୍କୁ ସିଧାସଳଖ ଦଳରେ ସାମିଲ କରାଯାଇଥିଲା । ଜାତୀୟ ଶିବିରରେ ମୁଖ୍ୟ କୋଚ୍ ସାଣ୍ଟିଆଗୋ ନିଏଭା ଓ ସିଏ କୁଟ୍ଟାପ୍ପାଙ୍କ ଅଧିନରେ ବକ୍ସରମାନେ ପ୍ରଶିକ୍ଷଣ ନେଉଛନ୍ତି । ଚଳିତ ବର୍ଷ ବକ୍ସାମ ଏଲିଟ୍ (ସ୍ପେନ୍ରେ) ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସର ମୋଟ ୯ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ମହିଳା: ମୀନାକ୍ଷୀ (୪୮କିଲୋ), ନିଖତ ଜରିନ (୫୧କିଲୋ), ପ୍ରୀତି (୫୪କିଲୋ), ଯସ୍ମିନ (୫୭କିଲୋ), ପ୍ରିୟା (୬୦କିଲୋ), ଅଙ୍କୁଶିତା ବୋରୋ (୬୫କିଲୋ), ଅରୁନ୍ଧତୀ ଚୌଧୁରୀ (୭୦କିଲୋ), ଲଭ୍ଲିନା ବୋର୍ଗୋହେଁ (୭୫କିଲୋ), ପୂଜା ରାଣୀ (୮୦କିଲୋ), ଆଲଫିୟା (+୮୦କିଲୋ) ।

ପୁରୁଷ: ବିଶ୍ୱନାଥ ସୁରେଶ (୫୦କିଲୋ), ଯଦୁମଣି ସିଂହ (୫୫କିଲୋ), ସଚିନ (୬୦କିଲୋ), ଆଦିତ୍ୟ ପ୍ରତାପ ଯାଦବ (୬୫କିଲୋ), ଦୀପକ (୭୦କିଲୋ), ଆକାଶ (୭୫କିଲୋ), ଅଙ୍କୁଶ (୮୦କିଲୋ), ଲୋକେଶ (୮୫କିଲୋ), ହର୍ଷ ଚୌଧୁରୀ (୯୦କିଲୋ), ନରେନ୍ଦର (+୯୦କିଲୋ) ।

ଅଧିକ ପଡ଼ନ୍ତୁ: - ମହାଯୁଦ୍ଧ; ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁଙ୍କ ସମେତ ଅଭିନେତ୍ରୀ ସୋନଲ