ନୂଆଦିଲ୍ଲୀ,୦୧/୦୩; ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହାର ପ୍ରଭାବ ଅନେକ ଉପସାଗରୀୟ ଦେଶ ପର୍ଯ୍ୟନ୍ତ ପହଞ୍ଚିଛି । ନିରନ୍ତର କ୍ଷେପଣାସ୍ତ୍ର ଏବଂ ବୋମା ବିସ୍ଫୋରଣ ଯୋଗୁଁ, ଇରାନ, ଇସ୍ରାଏଲ ଏବଂ ପଡ଼ୋଶୀ ଦେଶଗୁଡ଼ିକରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ଯାହା ଫଳରେ ଅନେକ ଲୋକ ବିଭିନ୍ନ ବିମାନବନ୍ଦରରେ ଫସି ରହିଛନ୍ତି । ୟୁଏଇରେ, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ବନ୍ଦ ଥିବାରୁ ହଜାର ହଜାର ଲୋକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଅଛନ୍ତି । ଯିଏ ଏକ ଟୁର୍ଣ୍ଣାମେଣ୍ଟ ପାଇଁ ବ୍ରିଟେନ ଯାତ୍ରା କରୁଥିଲେ କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ଦୁବାଇରେ ଫସିଛନ୍ତି । ଖାଲି ପିଭି ସିନ୍ଧୁ ନୁହଁନ୍ତି ବଲିଉଡ ଅଭିନେତ୍ରୀ ସୋନଲ ଚୌହାନ ମଧ୍ୟ ଫସିଥିବା ଜଣାପଡିଛି ।
ଦୁବାଇ ବିମାନବନ୍ଦରରେ ଫସିଛନ୍ତି ସିନ୍ଧୁ- ସପ୍ତାହ ଧରି ଧମକ ଏବଂ ଛକାପଞ୍ଝା ଭିତରେ ଇସ୍ରାଏଲ ଏବଂ ଆମେରିକା ଗତକାଲି (ଶନିବାର) ଫେବୃଆରୀ ୨୮ ତାରିଖରେ ଇରାନ ଉପର ଆକ୍ରମଣ କରିଥିଲା । ଜବାବୀ ଆକ୍ରମଣ କରି ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରି ପ୍ରତିଶୋଧ ନେଇଥିଲା । ଇରାନ ୟୁଏଇ ସମେତ ଆମେରିକାର ସାମରିକ ଘାଟି ଥିବା ଦେଶଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲା । ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିଛି । ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦରଗୁଡ଼ିକ ମଧ୍ୟରୁ ଗୋଟିଏ ହଠାତ୍ ବନ୍ଦ ହୋଇଯିବା ଫଳରେ ହଜାର ହଜାର ଯାତ୍ରୀ ବିଦେଶରେ ଫସି ରହିଥିଲେ । ଭାରତର ଅଲିମ୍ପିକ୍ ପଦକ ବିଜେତା ସଟଲର୍ ସିନ୍ଧୁ ବିମାନ ବନ୍ଦରରେ ଫସିଛନ୍ତି । ସେ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ୟୁକେର ବର୍ମିଂହାମ ଯାତ୍ରା କରୁଥିଲେ ।
It’s hard to process what’s unfolding right now. Hearing the interceptions overhead and seeing how quickly everything has escalated is honestly terrifying. So many disturbing videos are coming to light, and this is sadly the reality of what is happening. Dubai is a city I deeply…
— Pvsindhu (@Pvsindhu1) February 28, 2026
'ପରିସ୍ଥିତି ଖରାପ ହେଉଛି'... ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭୟଙ୍କର ଦୃଶ୍ୟ ବର୍ଣ୍ଣନା କରି ପିଭି ସିନ୍ଧୁ କହିଛନ୍ତି, ପରିସ୍ଥିତି ଘଣ୍ଟାକୁ ଘଣ୍ଟା ଖରାପ ହେଉଛି । ସେ ଲେଖିଛନ୍ତି, "ଏହି ଭୟଙ୍କର ଘଟଣାକ୍ରମ ନିରନ୍ତର ଘଟୁଛି ଏବଂ ପରିସ୍ଥିତି ଖରାପ ହେଉଛି । କିଛି ଘଣ୍ଟା ପୂର୍ବରୁ, ଆମେ ବିମାନବନ୍ଦରରେ ଯେଉଁଠାରେ ରହିଥିଲୁ, ସେହି ସ୍ଥାନରେ ଏକ ବିସ୍ଫୋରଣ ହୋଇଥିଲା । ଆମ ଟିମ୍ ସୁରକ୍ଷିତ ଅଛନ୍ତି, କିନ୍ତୁ ସମସ୍ତେ ଭୟଭୀତ କାରଣ ସେମାନେ କ୍ଷେପଣାସ୍ତ୍ରର ଶବ୍ଦ ଏବଂ ସେଗୁଡ଼ିକର ଧ୍ୱଂସ ଶୁଣିପାରୁଛନ୍ତି । ଯୁଦ୍ଧ ଭଳି ଭିଡିଓଗୁଡ଼ିକ ସାମ୍ନାକୁ ଆସୁଛି ଯାହା ଲୋକଙ୍କୁ ବିଚଳିତ କରୁଛି ଏବଂ ବିମାନବନ୍ଦରରେ ଅରାଜକତା ସୃଷ୍ଟି କରୁଛି । ଆଶା କରୁଛି ପରିସ୍ଥିତି ଶୀଘ୍ର ସୁଧୁରିବ ।''
ଏହା ବି ପଢନ୍ତୁ...୩୦ ସେକେଣ୍ଡ, ୩୦ ଟନ୍ର ୩୦ ବମ୍... କିପରି ହେଲା ଇରାନ ସୁପ୍ରିମ୍ ଖାମେନେଇଙ୍କ ବଂଶର ଅନ୍ତ ?
ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ପରବର୍ତ୍ତୀ ଇରାନର ପ୍ରତିଶୋଧ ଯୋଗୁ ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧ ଘେରରେ ରହିଛି । ଏହି ଅଶାନ୍ତି ମଧ୍ୟରେ, ଅନେକ ଉପସାଗରୀୟ ଦେଶ ଫେବ୍ରୁଆରି ୨୮ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସେମାନଙ୍କର ଆକାଶ ସୀମା ବନ୍ଦ କରି ଦେଇଛନ୍ତି । ଫଳରେ ଅନେକ ସେଲିବ୍ରିଟି ୟୁଏଇରେ ଫସି ରହିଛନ୍ତି । ୟୁଏଇର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଆବୁଧାବି ବିମାନବନ୍ଦରରେ ଶହ ଶହ ଉଡ଼ାଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ଏହା ଯୋଗୁ ବିଶ୍ୱର ହଜାର ହଜାର ପର୍ଯ୍ୟଟକ ଦୁବାଇ ଓ ଆବୁଧାବିରେ ଫସି ରହିଛନ୍ତି । ଅନେକ ଖେଳାଳି, କଳାକାରଏବଂ ରିଆଲିଟି ଟିଭି ସେଲିବ୍ରିଟି ଫସି ରହିଛନ୍ତି ।