ନୂଆଦିଲ୍ଲୀ – ଅଦିୟାଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ ଖାନ କହିଛନ୍ତି ଯେ, ସେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ସୂଚନା ତାଙ୍କର ଭଉଣୀ ଡା. ଉଜମା ଖାନ ଦେଇଛନ୍ତି , ଯିଏକି ମଙ୍ଗଳବାର (୨ଜୁନ୍ )ସନ୍ଧ୍ୟାରେ ଅଦିୟାଲ ଜେଲରେ ତାଙ୍କ ଭାଇଙ୍କ ସହ ୨୦ ମିନିଟ୍ ଯାଏ ସାକ୍ଷାତ୍ କରି ଥିଲେ। ସାକ୍ଷାତ୍ ପରେ ପିଟିଆଇ ପକ୍ଷରୁ ଜାରି ବୟାନରେ ଇମ୍ରାନ ଖାନଙ୍କ ଅନୁସାରେ କୁହାଯାଇଛି ଯେ, ସାମରିକ ପ୍ରତିଷ୍ଠାନ ତାଙ୍କ ବିରୁଦ୍ଧରେ ସମସ୍ତ ସମ୍ଭାବ୍ୟ ରଣନୀତି ବ୍ୟବହାର କରିଛି ଏବଂ ବର୍ତ୍ତମାନ ତାଙ୍କୁ ହତ୍ୟା କରିବା ବ୍ୟତୀତ ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ।

ଡା. ଉଜମା ଖାନ କହିଛନ୍ତି ଯେ, ଇମ୍ରାନ ଖାନ ନିଶ୍ଚୟ ବଞ୍ଚିଛନ୍ତି , କିନ୍ତୁ ତାଙ୍କୁ ବାରମ୍ୱାର ମାନସିକ ନିର୍ଯାତନା ଦିଆଯାଉଛି। ଦଳ ଅଭିଯୋଗ କରିଛି ଯେ ,ଇମ୍ରାନ ଖାନଙ୍କୁ ସମ୍ପୂର୍ଣ୍ଣ ଏକାକୀ ବନ୍ଦୀଶାଳାରେ ରଖାଯାଇଛି, ସେଠାରେ ବିଦ୍ୟୁତ ନାହିଁ , ସୂର୍ଯ୍ୟକିରଣ ନାହିଁ, ଉପଯୁକ୍ତ ଖାଦ୍ୟ ନାହିଁ, ସ୍ୱଚ୍ଛ ପାନୀୟ ଜଳ ନାହିଁ, ଚିକିତ୍ସା ସେବା ନାହିଁ ଏବଂ ଜଣେ କଏଦୀ ପାଇଁ ମିଳୁଥିବା ସାଧାରଣ ମୌଳିକ ସୁବିଧା ନାହି। ଏହି ସମୟରେ ସେ କହିଛନ୍ତି ଯେ ,ତାଙ୍କୁ ମୃତ୍ୟଦଣ୍ଡ ପାଇଥିବା କଏଦୀ ଭଳି ସ୍ଥିତିରେ ରଖାଯାଉଛି। ପିଟିଆଇର ଏକ ବିବୃତ୍ତି ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ତାଙ୍କ ସହିତ କିଛି ହୁଏ, ତେବେ ସେନା ମୁଖ୍ୟ ଏବଂ ଆଇଏସଆଇର ମହାନିର୍ଦ୍ଦେଶକ ଦାୟୀ ରହିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ମୃତ୍ୟୁଦଣ୍ଡରେ ଥିବା କଏଦୀ ପରି ସମାନ ସୁବିଧା ଯୋଗାଇ ଦିଆ ଯାଉଛି। ଦଳ ଅଭିଯୋଗ କରିଛି ଯେ, ଇମ୍ରାନ ଖାନଙ୍କୁ ଏକାନ୍ତ କାରାବାସରେ ରଖି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଉଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ସ୍ଥିତିକୁ ଅମାନବୀୟ ଦର୍ଶାଇ କହିଛନ୍ତି ଯେ, ମୋତେ ପିଞ୍ଜରାରେ ବନ୍ଦ କରି ନିର୍ଯାତନା ଦିଆଯାଉଛି ଏବଂ ପଶୁଙ୍କ ଠାରୁ ମଧ୍ୟ ଖରାପ ବ୍ୟବହାର କରାଯାଉଛି। ଇମ୍ରାନ ଖାନ ପାକିସ୍ତାନର ଆର୍ମି ଚିଫ୍ ଜେନେରାଲ ଆସିମ୍ ମୁନିରଙ୍କ ଉପରେ ରାଜନୀତିକ ଉତ୍ପୀଡ଼ନର ଅଭିଯୋଗ ଲଗେଇ କହିଛନ୍ତି ଯେ, ମୁନିର ଇତିହାସର ସବୁଠୁ ନିଷ୍ଠୁର ଓ ମାନସିକ ରୂପେ ଅସ୍ଥିର ଏକଛତ୍ରବାଦୀ। 

କହି ରଖୁଛୁ କି , ବିରୋଧ ପ୍ରଦର୍ଶନ ପରେ , ଡା. ଉଜମା ଖାନଙ୍କୁ ରାୱଲପିଣ୍ଡିର ହାଇ-ସିକ୍ୟୁରିଟି ଅଦିଆଲା ଜେଲ୍‌ରେ ଭାଇ ଇମ୍ରାନ ଖାନଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ଥିଲା। ଉଜମାଙ୍କ ନିକଟତରଙ୍କ ମୁତାବିକ ,ଇମ୍ରାନ ଖାନ ସୁସ୍ଥ ଓ ଉତ୍ସାହିତ ନଜର ଆସିଥିଲେ।