ନୂଆଦିଲ୍ଲୀ : ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୫୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୪୨ ଆସନରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୩ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୯ରେ ହେବ ମତଦାନ ।

ଆସାମରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ଏପ୍ରିଲ୍ ୯ରେ ଏଠାରେ ହେବ ମତଦାନ । କେରଳରେ ମଧ୍ୟ ସମାନ ତାରିଖ ଅର୍ଥାତ ଏପ୍ରିଲ୍ ୯ରେ ହେବ ଭୋଟ୍ ଗ୍ରହଣ । ତାମିଲନାଡ଼ୁରେ ଏପ୍ରିଲ୍ ୨୩ ତାରିଖରେ ହେବ ମତଦାନ । ସବୁ ରାଜ୍ୟର ଫଳାଫଳ ମେ’ ୪ରେ ପ୍ରକାଶ ପାଇବ ।

ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ଉପସ୍ଥିତିରେ ସେ କହିଛନ୍ତି, ନିର୍ବାଚନ କମିସନ ଦଳ ଗତ କିଛି ସପ୍ତାହ ମଧ୍ୟରେ ଏହି ସମସ୍ତ ରାଜ୍ୟ ଗସ୍ତ କରିଥିଲା। ଫେବ୍ରୁଆରିରେ ଆସାମ, ତାମିଲନାଡୁ ଏବଂ ପୁଡୁଚେରୀ, ମାର୍ଚ୍ଚ ୬-୭ରେ କେରଳ ଏବଂ ମାର୍ଚ୍ଚ ୯-୧୦ରେ ପଶ୍ଚିମବଙ୍ଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। 

ବାଜିଲା ୫ ରାଜ୍ୟରେ ନିର୍ବାଚନ ବିଗୁଲ୍
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ
ଆସାମ, କେରଳ, ପୁଦୁଚେରୀ, ତାମିଲନାଡ଼ୁ ଓ ପଶ୍ଚମବଙ୍ଗରେ ଭୋଟ୍
ମୋଟ୍ ୫ ରାଜ୍ୟର ୮୨୪ ବିଧାନସଭା ଆସନରେ ହେବ ମତଦାନ
ପଶ୍ଚିମବଙ୍ଗକୁ ଛାଡ଼ି ବାକି ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ
ଏପ୍ରିଲ୍ ୯ ତାରିଖରୁ ମତଦାନ ଆରମ୍ଭ, ୪ ତାରିଖରେ ଭୋଟ୍ କାଉଣ୍ଟିଂ
କେରଳ, ଆସାମ ଏବଂ ପୁଦୁଚେରିରେ ଏପ୍ରିଲ୍ ୯ ତାରିଖରେ ନିର୍ବାଚନ
ତାମିଲନାଡ଼ୁରେ ଏପ୍ରିଲ୍ ୨୩ ତାରିଖରେ ଭୋଟିଂ, ମେ’ ୪ରେ କାଉଣ୍ଟିଂ
ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ଦୁଇ ପର୍ଯ୍ୟାୟରେ ମତଦାନ 
ଏପ୍ରିଲ୍ ୨୩ରେ ପ୍ରଥମ ପର୍ଯ୍ୟାୟ ମତଦାନ, ୨୯ରେ ଦ୍ବିତୀୟ ଚରଣ ଭୋଟିଂ
୧ମ ଚରଣରେ ୧୫୨ ଆସନ, ୨ୟ ପର୍ଯ୍ୟାୟରେ ୧୪୨ ସିଟରେ ଭୋଟିଂ

​​​​​​​ଏପ୍ରିଲ ୯ରେ ଆସାମ ନିର୍ବାଚନ
ଆସାମର ୧୨୬ ବିଧାନସଭା ଆସନରେ ଭୋଟିଂ
ମାର୍ଚ୍ଚ ୧୬ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି
ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ମାର୍ଚ୍ଚ ୨୩ ତାରିଖ 
ମାର୍ଚ୍ଚ ୨୪ ତାରିଖରେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ହେବ
ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ମାର୍ଚ୍ଚ ୨୬ ତାରିଖ
ଏପ୍ରିଲ୍ ୯ ତାରିଖରେ ଆସାମର ୧୨୬ ଆସନରେ ଭୋଟିଂ
ମେ’ ୪ ତାରିଖରେ ଭୋଟ୍ ଗଣିତ, ୬ରେ ନିର୍ବାଚନ ଶେଷ

​​​​​​​