କଳାହାଣ୍ଡି, ୧୧।୭ : ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ଲୁଟ୍। ଜଣେ ଡାକ୍ତରଙ୍କ ହାତଗୋଡ ବାନ୍ଧି ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ଘରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସ।
ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସ ରହୁଛନ୍ତି।୪ ଜଣ ଦୁର୍ବୃତ୍ତ ଘରେ ପଶି ଡାକ୍ତରଙ୍କ ହାତ ଓ ଗୋଡ଼କୁ ଟେପ ଏବଂ ଗାମୁଛାରେ ବାନ୍ଧି ଦେଇଥିଲେ। ପରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଘରେ ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ l ଦୁର୍ବୃତ୍ତମାନେ ନକଲି ବନ୍ଧୁକ ଧରି ଆସିଥିଲେ ଏବଂ ଧମକ ଦେଇ ଲୁଟପାଟ କରିଥିଲେ l ଘଟଣାର ଖବର ପାଇ ଧର୍ମଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ଆହୁରି ପଢନ୍ତୁ : ଭୁବନେଶ୍ବର ବିଜେବି ନଗରରେ ଅଘଟଣ , ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ