ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ମାଲକାନଗିରି ଜିଲ୍ଲା ଗସ୍ତ , ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ତୁରନ୍ତ ଆୟୋଜନ କରିବାକୁ ନିର୍ଦ୍ଦେଶ

Published By : Prameya | February 7, 2025 6:22 PM

ମାଲକାନଗିରି : ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗ ଦେଇ, ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ତୁରନ୍ତ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ସନ୍ଧ୍ୟାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପ ଭତ୍ରା,ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ରହି, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ,ଶ୍ରମ, କର୍ମ ନିଯୁକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଭିନ୍ନ ନିଗମ ସମେତ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ସମୀକ୍ଷା କରି ଥିଲେ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଥିବା ବିଦ୍ୟାଳୟ ଗୁଡିକରେ ଖାଦ୍ୟର ମାନ ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ସବୁ ଛାତ୍ରୀ ନିବାସରେ ସିସି କ୍ୟାମେରା ଲଗାଇବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷକ ମାନଙ୍କ ଉପସ୍ଥାନ ବାୟୋ ମେଟ୍ରିକ ପଦ୍ଧତିରେ ନିଆ ଯିବାକୁ ବାଧ୍ୟତା କରାଯିବା ସହ , ସୁରକ୍ଷା ଦୃଷ୍ଟି କୋଣରୁ ଛାତ୍ରୀ ନିବାସ ପାଚେରୀ ଉଚ୍ଚତା କରିବା ଉପରେ କମିଟି ଗୁରୁତ୍ଵ ଦେଇଛି। ସେହିପରି ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ଅନୁଯାୟୀ ଖଟ ଯୋଗାଇ ଦେବା, ଶୈଖିକ ପରିବେଶ ସୃଷ୍ଟି କରିବା ପ୍ରତି ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ଵ ଦେବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟ ପକ୍ଷରେ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରି ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱ ଦିଆଯାଇ ଥିବା ବେଳେ , ନିଗମ ଗୁଡ଼ିକର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ବିଡ୍ ୱର୍କ କରୁଥିବା ବଣ୍ଡା ମହିଳାଙ୍କୁ , ଅନ୍ତତଃ ସେଥିରେ ନିୟୋଜିତ ଥିବା ୩୦ ଜଣ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ରନ୍ଧାରି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଣ୍ଡା ଘାଟିର ସମସ୍ତ ଗ୍ରାମରେ ନଳକୂପ କିମ୍ବା କୂପ ଖନନ କରି ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। 

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଅନେକ ବର୍ଷ ହେବ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ କରାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ, ସଦସ୍ୟମାନଙ୍କୁ ନେଇ ତୁରନ୍ତ ବୈଠକ ଅୟୋଜନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ବିଭାଗ ମାନଙ୍କରେ ଅର୍ଥ ପଡ଼ି ରହିଛି, ଠିକ୍ ସମୟରେ ଖର୍ଚ୍ଚ ହୋଇ ପାରି ନ ଥିବାରୁ କମିଟି କ୍ଷୋଭ ପ୍ରକାଶ କରି ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ସମସ୍ତ ଅନୁଦାନ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବାହ୍ନରେ କମିଟି ମୁଦୁଲିପଡ଼ା ଗସ୍ତ କରି ବଣ୍ଡା ମହିଳାଙ୍କ ବିଡ୍ ୱର୍କ୍ ଦେଖି ଖୁସି ବ୍ୟକ୍ତ କରିଛନ୍ତି। 

ସେହିପରି ସିତାକୁଣ୍ଡ ଗସ୍ତ କରି ଏହାର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ କମିଟି ସମୀକ୍ଷା କରିଛନ୍ତି। କମିଟିର ନିର୍ଦ୍ଦେଶ କ୍ରମେ ସମସ୍ତ କାର୍ଯ୍ୟ ଯେପରି ଠିକ ସମୟରେ କରାଯାଇ ପାରିବ ସେଥିପ୍ରତି ସେ ଗୁରୁତ୍ଵ ଦେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର,ଉପ ଜିଲ୍ଲାପାଳ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.