ଜୟପୁର ୦୨/୦୩: କୋରାପୁଟ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ଅସ୍ତରଙ୍ଗ ଥାନାର ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ । ଚୋରା ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ଲିଙ୍କ୍ ଘଟଣାରେ ଜେରା ବେଳେ ପୁଲିସକୁ ଚକମା ଦେଇ ଖସି ଯାଇଥିଲେ। ଗତବର୍ଷ ଅଗଷ୍ଟ ୧୬ ତାରିଖରୁ ଫୋରାର ଥିଲେ। ସାତ ମାସ ପରେ ଆତ୍ମସମର୍ପଣ କରିଛନ୍ତି।

ଅଧିକ ପଢ଼ନ୍ତୁ :- ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ନିଲମ୍ବିତ ପୂର୍ବତନ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ର ୨୦୨୧ରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନାରେ ଥିଲେ । ସେତେବେଳେ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ଦୁଇ ଜଣଙ୍କର ଲିଙ୍କ୍ରେ ଥିଲା । ଉକ୍ତ ମାଫିଆଙ୍କ କଥାରେ ଏହି ଦୁଇ ଜଣ ପୁଲିସ୍ ବାବୁ ଅନ୍ୟ ଗଞ୍ଜେଇ ବେପାରୀଙ୍କୁ ଧରୁଥିଲେ। ଏହି ସମୟରେ ଜଣେ ଗଞ୍ଜେଇ ବେପାରୀର ପୁଲିସ୍ ହେପାଜତ(ଥାନା ବାହାରେ) ମୃତ୍ୟୁ ହୋଇଥିଲା । ତେବେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କିଛି ଟେର ପାଇ ନଥିଲା । ଏହି ସମୟରେ ମାମଲା କ୍ରାଇମ୍ବ୍ରାଞ୍ଚକ କୁ(ସିଆଇଡିସିବି୧୭/୨୦୨୧) ଯାଇଥିଲା । ଏହା ପରେ ଦୁଇ ଜଣ ବାବୁ କେରାପୁଟରୁ ବଦଳି ହୋଇ ହୋଇ ପୁରୀ ପଳାଇ ଆସିଥିଲେ । ଦୀର୍ଘ ଦିନ ତଦନ୍ତ ପରେ କ୍ରାଇମ୍ବ୍ରାଞ୍ଚ ଗଞ୍ଜେଇ ମାଫିଆଙ୍କ ଲିଙ୍କ୍ ପାଇଥିଲା । ଉକ୍ତ ମାଫିଆଙ୍କଠାରୁ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ରଙ୍କୁ ଧରିବାକୁ ଯୋଜନା କରିଥିଲା । କ୍ୟାପିଟାଲ ଥାନାରେ ପଚରାଉଚରା ବେଳର ପରିସ୍ରା ବାହାନାରେ ରାଜେଶ ପୁଲିସ୍‌କୁ ଚକମା ଦେଇ ଫେରାର ହୋଇ ଯାଇଥିଲା।

ଅଧିକ ପଢ଼ନ୍ତୁ :- ମନ୍ଦାରବସ୍ତ ଫାଣ୍ଡି ଅଧିକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଫେରାର ଇନ୍ସପେକ୍ଟର ପତ୍ତା ମିଳୁନି