କଣାସ,୩୦/୦୮: ପୁଲିସ୍‌ ହେପାଜତରେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ଘଟଣାରେ ଏବେ ନୂଆ ମୋଡ଼ ନେଇଛି । ଏଥିରେ ସାମିଲ ଥିବା ଜଣେ ପୁରୀ  ଅସ୍ତରଙ୍ଗ ଥାନାର ପୂର୍ବତନ ଇନ୍ସପେକ୍ଟର ରାଜେଶ ବଳିଆରସିଂହ ଫେରାର ଥିବା  ବେଳେ ଆଉ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କୁ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚ । ସେ ହେଲେ କଣାସ ଥାନା ଅଧୀନ ମନ୍ଦାରବସ୍ତ ଫାଣ୍ଡି ଅଧିକାରୀ ଏଏସ୍‌ଆଇ କୃଷ୍ଣଚନ୍ଦ୍ର ବେହେରା । କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ କଟକରେ ରଖି ଜେରା କରୁଛନ୍ତି ।  

ଫେରାର ଥିବା ନିଲମ୍ବିତ ପୂର୍ବତନ ଇନ୍ସପେକ୍ଟର ରାଜେଶ ଓ ଏଏସ୍‌ଆଇ  କୃଷ୍ଣଚନ୍ଦ୍ର ୨୦୨୧ରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍‌ ଥାନାରେ ଥିଲେ । ସେତେବେଳେ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ଦୁଇ ଜଣଙ୍କର ଲିଙ୍କ୍‌ରେ ଥିଲା । ଉକ୍ତ ମାଫିଆଙ୍କ କଥାରେ ଏହି ଦୁଇ ଜଣ ପୁଲିସ୍‌ ବାବୁ ଅନ୍ୟ  ଗଞ୍ଜେଇ ବେପାରୀଙ୍କୁ ଧରୁଥିଲେ। ଏହି ସମୟରେ  ଜଣେ ଗଞ୍ଜେଇ ବେପାରୀର ପୁଲିସ୍‌ ହେପାଜତ(ଥାନା  ବାହାରେ) ମୃତ୍ୟୁ ହୋଇଥିଲା । ତେବେ ପୁଲିସ୍‌  ମାମଲା ରୁଜୁ କରି ଘଟଣାର ତଦନ୍ତ କରି କିଛି ଟେର ପାଇ ନଥିଲା । ଏହି ସମୟରେ ମାମଲା କ୍ରାଇମ୍‌ବ୍ରାଞ୍ଚକ କୁ(ସିଆଇଡିସିବି୧୭/୨୦୨୧) ଯାଇଥିଲା । ଏହା ପରେ ଦୁଇ ଜଣ ବାବୁ କେରାପୁଟରୁ ବଦଳି ହୋଇ ହୋଇ  ପୁରୀ ପଳାଇ ଆସିଥିଲେ । ଦୀର୍ଘ ଦିନ ତଦନ୍ତ ପରେ କ୍ରାଇମ୍‌ବ୍ରାଞ୍ଚ ଗଞ୍ଜେଇ ମାଫିଆଙ୍କ ଲିଙ୍କ୍‌ ପାଇଥିଲା । ଉକ୍ତ  ମାଫିଆଙ୍କଠାରୁ ଇନ୍ସପେକ୍ଟର ରାଜେଶ ଓ ଏଏସ୍‌ଆଇ କୃଷ୍ଣଚନ୍ଦ୍ରଙ୍କୁ ଧରିବାକୁ ଯୋଜନା କରିଥିଲା । ୧୫ ଦିନ  ତଳେ ରାଜେଶ ପୁଲିସ୍‌କୁ ଚକମା ଦେଇ ଫେରାର  ହୋଇ ଯାଇଥିଲା । ଗତକାଲି ରାତିରେ ମନ୍ଦାରବସ୍ତ  ଫାଣ୍ଡିରୁ କ୍ରାଇମ୍‌ବ୍ରାଞ୍ଚ ଅଧାକରୀମାନେ କୃଷ୍ଣଚନ୍ଦ୍ରଙ୍କୁ  ଉଠାଇ ନେଇ ପଚରାଉଚରା କରୁଛି ।