ପ୍ରମୂଖ ଖବର
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବନ୍ଧୁକଧାରୀଙ୍କ ବର୍ବରତା; ବନ୍ଦ କୋଠରୀରେ ଜିଅନ୍ତା ଜାଳିଦେଲେ, ୧୦୦ ଜଣଙ୍କ ମୃତ୍ୟୁ

Published By : Ankita S | June 15, 2025 7:57 AM

ନୂଆଦିଲ୍ଲୀ,୧୫/୦୬: ଗୁଳି କଲେ । ଜିଅନ୍ତା ଜାଳି ଦେଲେ । ନାଇଜେରିଆରେ ଗଣହତ୍ୟା । ତାଣ୍ଡବ ରଚିଛନ୍ତି ବନ୍ଧୁକଧାରୀ । ସାଧାରଣ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ବନ୍ଦ କୋଠରୀରେ ଲୋକଙ୍କୁ ଜିଅନ୍ତା ଜାଳି ଦେଲେ । ଅତିକମ୍‌ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ଥିବା ସୂଚନା ମିଳିଛି । ଘଟଣା ପରେ କିଛି ଲୋକ ନିଖୋଜ ଥିବା କୁହାଯାଉଛି ।

ସୂଚନା ଅନୁସାରେ, ନାଇଜେରିଆର ମଧ୍ୟ ବେନ୍ୟୁ ରାଜ୍ୟ ୟେଲେବାଟା ଗାଁରେ ବନ୍ଧୁକଧାରୀଙ୍କ ବର୍ବରତା, କ୍ରୁରତା ସୀମା ପାର କରିଛି । ବନ୍ଧୁକଧାରୀ ବନ୍ଦ କୋଠରୀରେ ଲୋକଙ୍କ ଜିଅନ୍ତା ଜାଳି ଦେଇଛନ୍ତି । ଅତିକମ୍‌ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ନିଖୋଜ ଅଛନ୍ତି । ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବେନ୍ୟୁ ରାଜ୍ୟରେ ଅନେକ ସମୟରେ ରକ୍ତପାତ ହେଉଛି । ଏହାକୁ ତୁରନ୍ତ ରୋକିବାକୁ ଏବଂ ଅପରାଧୀଙ୍କୁ କାଠଗଡ଼ାକୁ ଅଣାଯିବା ଦରକାର ବୋଲି କହିଛନ୍ତି ନାଇଜେରିଆ ଅଧିକାରୀ । ଶୁକ୍ରବାର ବିଳମ୍ବିତ ରାତିରେରୁ ଶନିବାର ସକାଳ ଯାଏ ୟେଲେବାଟାରେ ଆକ୍ରମଣ କରିଥିବା ବନ୍ଧୁକଧାରୀଙ୍କ ଦ୍ୱାରା ଅତିକମ୍‌ରେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । ଅନେକ ପରିବାରକୁ ଘରେ ବନ୍ଦ କରି ଜିଅନ୍ତା ଜାଳି ଦିଆଯାଇଛି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ । ହିଂସା ରୋକିବାକୁ ନାଇଜେରିଆ ଅଧିକାରୀଙ୍କ ବିଫଳତା ଲୋକଙ୍କ ଜୀବନ ଏବଂ ଜୀବିକାକୁ କ୍ଷତି ପହଞ୍ଚାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ସ୍ଥିତି ଆଗକୁ ବିଗିଡ଼ିପାରେ । ଲୋକଙ୍କ ଜୀବନ ଯିବା ଆଶଙ୍କା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.