ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୁନା ଖାଁଙ୍କ ପରେ ଅତନୁଙ୍କ ବାକ୍ୟ ବାଣ : ବିଧାୟକ ସଂଗ୍ରହ ଚାଲିଛି... କଂଗ୍ରେସ ଓ ସ୍ଵାଧୀନକୁ ନେଇ ଗଢିବୁ ସରକାର

Published By : Rasmita Pradhan | November 11, 2024 2:26 PM

ଭୁବନେଶ୍ଵର, ୧୧/୧୧ : ଦଳବଦଳ ବୟାନବାଜିକୁ ନେଇ ପୁଣି ରାଜନୀତି ସରଗରମ। ମୁନା ଖାଁ, ଜୟ ନାରାୟଣ ମିଶ୍ରଙ୍କ ପରେ ଏବେ ସ୍ଵର ମିଳାଇଲେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ। ବିଜେଡି ପଦଯାତ୍ରା ବେଳେ ଅତନୁ ସବ୍ୟସାଚୀଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରବିବାର ମହାକାଳପଡା ବ୍ଲକ ବିଜେଡି ପଦଯାତ୍ରା ସଭାରେ ଯୋଗଦେଇ ଅତନୁ କହିଛନ୍ତି ଯେ, ବିଜେଡି ପୁଣି ସରକାରକୁ ଫେରିବ। ଏଥିପାଇଁ ଯୋଜନା ଚାଲିଛି। କଂଗ୍ରେସକୁ ସାଥିରେ ନେଇ ବିଜେଡି ସରକାର ଗଢ଼ିବ ଏବଂ ସ୍ଵାଧୀନ ବିଧାୟକ ସମର୍ଥନ କରିବେ।

କେବଳ ସେତିକି ନୁହେଁ ରାଜନୀତି ଗଣିତ ବି ବୁଝାଇଦେଇଛନ୍ତି ଅତନୁ। ସେ କହିଛନ୍ତି ଯେ, ବିଜେଡିର ସଂଖ୍ୟା ୫୧, କଂଗ୍ରେସର ୧୪, ୩ ସ୍ଵାଧୀନ ଓ ଅବଶିଷ୍ଟ ୧୦ ବିଧାୟକ ଯୋଗାଡ଼ ହୋଇଯିବେ। ତେବେ ଅତନୁଙ୍କ ଏଭଳି ମନ୍ତବ୍ୟ ପରେ ଏବେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସ ଓ ବିଜେଡି ଭିତରେ କଣ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି ? ଅଣ କଂଗ୍ରେସ ରାଜନୀତିରୁ ଆରମ୍ଭ ହୋଇଥିବା ବିଜେଡି କଣ କ୍ଷମତାକୁ ଫେରିବାକୁ କଂଗ୍ରେସର ହାତ ଧରିବ । 

ତେବେ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ପାଇଁ କଂଗ୍ରେସ ବିଜେଡି ଏକ ହେଲେବି ସଂଖ୍ୟା ଅଣ୍ଟୁନି। ଏଥିପାଇଁ ୧୦ ବିଜେପି ବିଧାୟକଙ୍କ ସମର୍ଥନ ଦରକାର। ଏବେ ପ୍ରଶ୍ନ ଉଠୁଛି କଣ ବିଜେପିରୁ ୧୦ ବିଧାୟକଙ୍କୁ ନିଜ ପକ୍ଷକୁ ନେବାରେ ସକ୍ଷମ ହେବ ବିଜେଡି ? ଏମିତି ଅସମାହିତ ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.